ନୂଆଦିଲ୍ଲୀ: ସଂସଦ ଭବନରେ ଆଜି ବିଜେପି ନେତୃତ୍ୱାଧୀନ ଏନଡିଏ ସଂସଦୀୟ ଦଳର ବୈଠକ ଆରମ୍ଭ ହୋଇଛି। ଏହି ବୈଠକ ସଂସଦ ଭବନର ଅଡିଟୋରିୟମରେ ଆୟୋଜିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଯୋଗଦେବାକୁ ପହଞ୍ଚିବା ପରେ ଏନଡିଏ ସାଂସଦମାନେ ତାଙ୍କୁ 'ହର ହର ମହାଦେବ' ଏବଂ 'ଭାରତ ମାତା କି ଜୟ' ସ୍ଲୋଗାନ ଦେଇ ସ୍ୱାଗତ କରିଥିଲେ । ଏହା ସହ 'ଅପରେସନ ସିନ୍ଦୂର'ର ସଫଳତା ପାଇଁ ଏନଡିଏ ସାଂସଦମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ମାନିତ କରିଥିଲେ ବୋଲି ଜଣାପଡ଼ିଛି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିଥିଲେ। ଏନଡିଏ ସଂସଦୀୟ ଦଳ ବୈଠକରେ ଅପରେସନ ସିନ୍ଦୂର ଏବଂ ଅପରେସନ ମହାଦେବର ସଫଳତା ଉପରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ସମୟରେ ଏନଡିଏର ମହିଳା ସାଂସଦମାନେ ଆଗ ଧାଡିରେ ବସିଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡିତ ପରିବାର ପ୍ରତି ସମବେଦନା ପ୍ରକାଶ କରାଯାଇଥିଲା। ନୂତନ ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ପରିଚିତ କରାଯାଇଥିଲା।
भाजपा नीत राजग संसदीय दल (NDA) की बैठक संसद भवन में शुरू हो गई है. इस बैठक का आयोजन संसद भवन के ऑडिटोरियम में हो रहा है. पीएम मोदी जब इस बैठक में शामिल होने पहुंचे तो एनडीए सांसदों ने 'हर हर महादेव' और 'भारत माता की जय' के उद्घोष के साथ उनका स्वागत किया. ऑपरेशन सिंदूर की सफलता के… pic.twitter.com/yMTvgg8IwE
— AajTak (@aajtak) August 5, 2025
ସାଂସଦମାନଙ୍କର ଏହି ବୈଠକ ଦୀର୍ଘ ସମୟ ପରେ ଅନୁଷ୍ଠିତ ହେଉଛି ଏବଂ ସଂସଦର ଚଳିତ ଅଧିବେଶନରେ ଜାରି ଅଚଳାବସ୍ଥା ମଧ୍ୟରେ ଏହା ପ୍ରଥମ ବୈଠକ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ ତ୍ରିରଙ୍ଗା ଯାତ୍ରା ଏବଂ ବିରୋଧୀଙ୍କ ବିରୋଧରେ ରଣନୀତି ଉପରେ ମଧ୍ୟ ଆଲୋଚନା କରିପାରନ୍ତି ବୋଲି କୁହାଯାଉଛି। ଏନଡିଏର ଏହି ବୈଠକ ଏଥିପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଭାରତର ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଅଗଷ୍ଟ ୭ରୁ ଆରମ୍ଭ ହେଉଛି।
pm modi | operation-sindoor