ଉପା ରାଜିନାମା ଠାରୁ ଏନ୍‌ଡିଏ ରାଫେଲ୍‌ ରାଜିନାମା ଶସ୍ତା, କିନ୍ତୁ ୯% ନୁହେଁ: ସିଏଜି ରିପୋର୍ଟ

ନୂଆଦିଲ୍ଲୀ: ବୁଧବାର ଦିନ ପାର୍ଲାମେଣ୍ଟ୍‌ରେ ଉପସ୍ଥାପନ କରାଯାଇଥିବା ସିଏଜି ରିପୋର୍ଟ ଅନୁସାରେ, ୩୬ଟି ରାଫେଲ୍‌ ଲଢୁଆ ବିମାନ ଲାଗି ଏନ୍‌ଡିଏ କରିଥିବା ରାଜିନାମା ଉପା ସରକାର ଅମଳରେ ହୋଇଥିବା ୧୨୬ଟି ବିମାନ ଠାରୁ ଶସ୍ତା।

କମ୍ପଟ୍ରୋଲର୍‌ ଆଣ୍ଡ୍‌ ଅଡିଟ୍‌ର୍‌ ଜେନେରାଲ୍‌ଙ୍କ ରିପୋର୍ଟ ଅନୁସାରେ, ଉଡ଼ାଣ ଲାଗି ପ୍ରସ୍ତୁତ ଅବସ୍ଥାରେ ଥିବା ବିମାନଗୁଡ଼ିକ କିଣିବା ନିମନ୍ତେ ହୋଇଥିବା ଦ୍ୱିତୀୟ ରାଜିନାମା ୨. ୮୬% ଶସ୍ତା।

କିନ୍ତୁ, ଏହି ରାଜିନାମା ପ୍ରଥମ ରାଜିନାମା ଠାରୁ ୯% ଶସ୍ତା ବୋଲି ପୂର୍ବେ କେନ୍ଦ୍ର ସରକାର ଦାବି କରିଥିଲେ।

ଉପା ରାଜିନାମା ଅନୁସାରେ, ଉଡ଼ାଣ ଲାଗି ପ୍ରସ୍ତୁତ ଥିବା ଅବସ୍ଥାରେ ୧୮ଟି ବିମାନ ଖରିଦ କରାଯିବାର ଥିଲା ଏବଂ ବାକି ବିମାନ ସବୁ ଭାରତର ହାଲ୍‌ କମ୍ପାନି ଦ୍ୱାରା ନିର୍ମାଣ ହୋଇ ଥାଆନ୍ତା।

ଦୁଇ ରାଜିନାମା ମଧ୍ୟରେ ଅନ୍ୟ ଏକ ମୁଖ୍ୟ ପ୍ରଭେଦ ଯାହା ଏନ୍‌ଡିଏ ସଂଯୋଗ କରିଛି ତାହା ହେଲା ଭାରତୀୟ କମ୍ପାନିରେ ଫରାସୀ ଟେଜ୍‌ ନିର୍ମାତା ଡାସଲ୍‌ଟ୍‌ ଆଭିଏସନ୍‌ ଅର୍ଥ ବିନିଯୋଗ କରିବା।

ସିଏଜି ରିପୋର୍ଟ କହୁଛି ଯେ ଉପା ରାଜିନାମା ତୁଳନାରେ ଭାରତ ଏନ୍‌ଡିଏ ରାଜିନାମାରେ ଇଣ୍ଡିଆ-ସ୍ପେସିଫିକ୍‌ ଏନ୍‌ହାନ୍‌ସ୍‌ମେଣ୍ଟ୍‌ ପାଇଁ ୧୭. ୦୮% ବଞ୍ଚାଇ ପାରିଛି।

ପ୍ରଥମ ୧୮ଟି ରାଫେଲ୍‌ ବିମାନର ଡେଲିଭରି ସ୍କିଡ୍ୟୁଲ୍‌ ପ୍ରସ୍ତାବିତ ୫ ମାସରେ ୧୨୬ଟି ବିମାନ ଯୋଗାଣ ଠାରୁ ଉତ୍ତମ।

ସମ୍ବନ୍ଧିତ ଖବର