ଝାରଖଣ୍ଡ: ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଏନ୍ଡିଏ ତାର ଆସନ ବୁଝାମଣା ଚୂଡ଼ାନ୍ତ କରିଛି । ୮୧ ଆସନ ବିଶିଷ୍ଟ ଝାରଖଣ୍ଡ ବିଧାନସଭାରେ ବିଜେପି ୬୮ ଆସନରେ ଲଢିବ ।
ଅଲ୍ ଝାରଖଣ୍ଡ ଷ୍ଟୁଡେଣ୍ଟ୍ସ ୟୁନିଅନ୍ ଏଜେଏସ୍ୟୁ ୧୦, ଜେଡିୟୁ ୨, ଏଲ୍ଜେପି ଗୋଟିଏ ଆସନରେ ନିର୍ବାଚନ ଲଢ଼ିବେ । ହିମନ୍ତ ବିଶ୍ବଶର୍ମା ଏବଂ ଶିବରାଜ ସିଂହ ଚୌହାନଙ୍କ ସମେତ ଅନ୍ୟ ନେତାମାନେ ରାଞ୍ଚିରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆସନ ବୁଝାମଣା ସଂକ୍ରାନ୍ତ ଘୋଷଣା କରିଛନ୍ତି ।
ଝାରଖଣ୍ଡରେ ବିଜେପିର ସହ ପ୍ରଭାରୀ ଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ଆସନ୍ତା ୨ ଦିନ ମଧ୍ୟରେ ମହାରାଷ୍ଟ୍ର ସହ ଝାଡ଼ଖଣ୍ଡରେ ପ୍ରାର୍ଥୀ ତାଲିକା ଜାରି ହେବ ।
ରାଞ୍ଚି ସ୍ଥିତ ବିଜେପି ମୁଖ୍ୟାଳୟରେ ହୋଇଥିବା ମିଳିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ, ହିମନ୍ତ ବିଶ୍ବ ଶର୍ମା ଏଜେଏସ୍ୟୁ ପାର୍ଟି ସଭାପତି ସୁଦେଶ ମାହତୋ ଏବଂ ବିଜେପି ରାଜ୍ୟ ସଭାପତି ବାବୁଲାଲ୍ ମାରାଣ୍ଡି ଉପସ୍ଥିତ ଥିଲେ । ୨୦୧୯ ଝାରଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ୭୯ ଆସନରେ ନିର୍ବାଚନ ଲଢ଼ି ୨୫ଟି ଆସନରେ ଜିତିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/10/19/6W2oGgYOB2zA2psJK0Wj.jpg)