ନିତିଶ କୁମାରଙ୍କ ନେତୃତ୍ୱରେ  ବିହାର ନିର୍ବାଚନ ଲଢିବ ଏନଡିଏ : ଅମିତ ଶାହା

ପାଟନା : ବିଜେପି  ନେତା ଅମିତ ଶାହା ଆଜି ଅନଲାଇନ ମାଧ୍ୟମରେ ବିହାରରେ ନିର୍ବାଚନ ପ୍ରଚାରର  ଶୁଭାରମ୍ଭ କରିଛନ୍ତି ।   ଏହି ଅବସରରେ ସେ ଗତ ୬ ବର୍ଷରେ ବିଜେପି ସରକାରର ସଫଳତା ଯଥା ସର୍ଜିକାଲ ଷ୍ଟ୍ରାଇକ, ରାମ ମନ୍ଦିର ନିର୍ମାଣ ଆଦି  ସଂପର୍କରେ ଲୋକମାନଙ୍କୁ କହିଛନ୍ତି ।   କରୋନା ଭାଇରସ ଓ ଲକଡାଉନ ଯୋଗୁଁ ଲକଡାଉନ ଯୋଗୁଁ ସେ ଡିଜିଟାଲ ମାଧ୍ୟମରେ ଉଦବୋଧନ ଦେଲେ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ହେବାକୁ ଥିବା ବିହାର ନିର୍ବାଚନରେ ଏନଡିଏ  ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ନେତୃତ୍ୱରେ ଲଢିବ ।

ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗରେ ସେ କହିଛନ୍ତି ଯେ ଏହି ପ୍ରସଙ୍ଗର ରାଜନୀତିକରଣ କରାଯାଉଛି । କିନ୍ତୁ ପ୍ରବାସୀ ଶ୍ରମିକମାନେ ଏସବୁ ରାଜନୀତିରୁ ଦୂରେଇ ରହିବା ଉଚିତ । ଭାରତର ବିକଶିତ   ରାଜ୍ୟଗୁଡ଼ିକର ବିକାଶ ପଛରେ ବିହାର ଓ ଉତ୍ତରପ୍ରଦେଶରୁ ଯାଇଥିବା ପ୍ରବାସୀ ଶ୍ରମିକଙ୍କ ପରିଶ୍ରମ ରହିଛି ବୋଲି ଶାହା କହିଛନ୍ତି ।

ସେ କହିଛନ୍ତି ଯେ ସରକାର ସେମାନଙ୍କ ସମସ୍ୟାର ନିରାକରଣ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି  । ସରକାର ଟ୍ରେନ ଚଳାଇ ପ୍ରାୟ ୧.୨୫ କୋଟି ପ୍ରବାସୀଙ୍କୁ ଘରକୁ ଫେରାଇ ଆଣିଛନ୍ତି । ସେମାନଙ୍କ ପାଇଁ ଖାଦ୍ୟପେୟ, ବସ, ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା  କରିଛନ୍ତି । କେନ୍ଦ୍ର ସରକାର ଏହି ଟ୍ରେନ ଭଡ଼ାର ୮୫ ପ୍ରତିଶତ ବହନ କରିଛନ୍ତି ।

ଆଗାମୀ ବିହାର ନିର୍ବାଚନ ଲାଗି ବିଜେପି, ଜନତାଦଳ(ୟୁ) ଓ ଲୋକ ଜନଶକ୍ତି ପାର୍ଟି  ମିଳିତ ଭାବେ ଲଢୁଛନ୍ତି ।

ସମ୍ବନ୍ଧିତ ଖବର