ବିହାରରେ ଏନଡିଏ ଗଢ଼ିବ ସରକାର! ଭୋଟରଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ-ଶାହା

ପାଟନା/ନୂଆଦିଲ୍ଲୀ: ବିହାରରେ ପୁଣି ଥରେ ନୀତିଶ ସରକାର ଗଠନ ହେବା ନେଇ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି | ନିର୍ବାଚନ କମିଶନଙ୍କ ୱେବସାଇଟରୁ ମିଳିଥିବା ସୂଚନା ମୁତାବକ ଶେଷ ଖବର ସୁଦ୍ଧା ବିହାରରେ ନୀତିଶଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିଥିବା ଏନଡିଏ ୧୦୬ଟି ଆସନରେ ବାଜିମାତ କରିଥିବାବେଳେ ତେଜସ୍ବୀଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିଥିବା ମହାଗଠବନ୍ଧନ ୯୪ଟି ଆସନରେ ବିଜୟ ଲାଭ କରିଛି |

ଏନଡିଏର ୧୦୬ଟି ଆସନ ମଧ୍ୟରୁ ବିଜେପି ସର୍ବାଧିକ ୬୪, ଜେଡିୟୁ ୩୪, ଭିଆଇପି ୪ ଓ ହମ ୪ଟି ଆସନରେ ଜିତିଛନ୍ତି | ଅନ୍ୟ ୧୦ଟି ଆସନରେ ବିଜେପି ଆଗୁଆ ଥିବାବେଳେ ଜେଡିୟୁ ୯ଟି ଆସନରେ ଆଗୁଆ ଅଛି | ସେହିପରି ମହାଗଠବନ୍ଧନର ଆରଜେଡି ୬୪, କଂଗ୍ରେସ ୧୭ ଓ ବାମଦଳ ୧୩ଟି ଆସନରେ ବିଜୟ ହାସଲ କରିଛନ୍ତି | ସେହିପରି ଆରଜେଡି ୯ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୨ଟି ଆସନରେ ଆଗୁଆ ରହିଛି |

ଅନ୍ୟପଟେ ବିହାରରେ ବିଜୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ବିହାରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି | ନରେନ୍ଦ୍ର ମୋଦୀ ଟ୍ୱିଟ କରି ଲେଖିଛନ୍ତି ଯେ ଏନଡିଏର ମନ୍ତ୍ର ସବକା ସାଥ ସବକା ବିକାଶକୁ ବିହାରବାସୀ ଭରସା କରିଛନ୍ତି | ଆଉ ବିହାରର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରାଯିବ ବୋଲି ମୋଦୀ ଲେଖିଛନ୍ତି |

ସମ୍ବନ୍ଧିତ ଖବର