ଦେଶରେ ରେକର୍ଡ ଭାଙ୍ଗିଲା କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା; ୨୪ଘଣ୍ଟାରେ ୪୫,୭୨୦ ନୂଆ ଆକ୍ରାନ୍ତ ଚିହ୍ନଟ, ୧,୧୨୯ ମୃତ

ନୂଆଦିଲ୍ଲୀ: ଜୁଲାଇ ୨୩ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ସମୁଦାୟ ୧୨,୩,୬୩୫ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଦେଶରେ ରେକର୍ଡ ଭାଙ୍ଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ଘଣ୍ଟାରେ ୪୫,୭୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ୧,୧୨୯ଜଣ ପ୍ରାଣ ହରାଇଛନ୍ତି। ଆଜି ପର୍ଯ୍ୟନ୍ତ ୨୪ଘଣ୍ଟାରେ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖିବାକୁ ଗଲେ ଏହା ସର୍ବାଧିକ। ତେବେ ୧୨,୩,୬୩୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୭୮୨୬୦୬ ଜଣ ସୁସ୍ଥ ହୋଇଥିବା ବେଳେ ୨୯,୮୬୧ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୫,୭୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୬,୧୬୭ରେ ପହଞ୍ଚିଛି। 

ET HealthWorld

ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୮୧୩ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୬୪ଜଣ, ବିହାରରେ ୨୧୭ ଜଣ , ଚଣ୍ଡିଗଡ଼ରେ ୧୩ଜଣ, ଛତିଶଗଡ଼ରେ ୨୯ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୩୭୧୯ଜଣ, ଗୋଆରେ ୨୮ଜଣ, ଗୁଜରାଟରେ ୨୨୨୪ଜଣ, ହରିୟାଣାରେ ୩୭୨ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୨୭୩ ଜଣ , ଝାଡ଼ଖଣ୍ଡରେ ୬୪ ଜଣ, କର୍ଣ୍ଣାଟକରେ ୧୫୧୯ଜଣ, କେରଳରେ ୪୫ଜଣ, ଲଦାଖରେ ୨ ଜଣ, ମଧ୍ୟପ୍ରଦେଶରେ ୭୭୦ଜଣ, ମହାରାଷ୍ଟ୍ରରେ ୧୨୫୫୬ଜଣ, ମେଘାଳୟରେ ୪ ଜଣ, ଓଡ଼ିଶାରେ ୧୦୮ଜଣ, ପୁଦ୍ଦୁଚେରୀରେ ୩୧ ଜଣ, ପଞ୍ଜାବରେ ୨୬୯ ଜଣ, ରାଜସ୍ଥାନରେ ୫୮୩ଜଣ, ତାମିଲନାଡୁରେ ୩୧୪୪ଜଣ, ତେଲେଙ୍ଗାନାରେ ୪୩୮ଜଣ, ତ୍ରିପୁରାରେ ୯ଜଣ, ଉତ୍ତରାଖଣ୍ଡରେ ୫୭ଜଣ, ଉତ୍ତରପ୍ରଦେଶରେ ୧୨୬୩ଜଣ ଏବଂ ପଶ୍ଚମବଙ୍ଗରେ ୧୨୨୧ଜଣ ।

Telangana COVID-19 patient discharged - The Hindu
The Hindu

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୨୨୧), ଆନ୍ଧ୍ରପ୍ରଦେଶ (୬୪୭୧୩ ), ଅରୁଣାଚଳ ପ୍ରଦେଶ (୯୪୯), ଆସାମ (୨୬୭୭୨), ବିହାର (୩୦୩୬୯), ଚଣ୍ଡିଗଡ଼ (୭୯୩), ଛତିଶଗଡ଼ (୫୯୬୮), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୭୩୩), ଦିଲ୍ଲୀ (୧୨୬୩୨୩), ଗୋଆ (୪୧୭୬), ଗୁଜରାଟ (୫୧୩୯୯), ହରିୟାଣା (୨୮୧୮୬), ହିମାଚଳ ପ୍ରଦେଶ (୧୭୨୫), ଜମ୍ମୁ ଓ କଶ୍ମୀର (୧୫୭୧୧ ), ଝାଡ଼ଖଣ୍ଡ (୬୪୮୫) କର୍ଣ୍ଣାଟକ (୭୫୮୩୩), କେରଳ (୧୫୦୩୨), ଲଦାଖ (୧୨୦୬), ମଧ୍ୟପ୍ରଦେଶ (୨୪୮୪୨), ମହାରାଷ୍ଟ୍ର (୩୩୭୬୦୭), ମଣିପୁର (୨୦୬୦), ମେଘାଳୟ (୫୧୪), ମିଜୋରାମ (୩୧୭), ନାଗାଲାଣ୍ଡ (୧୦୮୪), ଓଡ଼ିଶା (୧୯୮୩୫), ପୁଦ୍ଦୁଚେରୀ (୨୩୦୦), ପଞ୍ଜାବ (୧୧୩୦୧), ରାଜସ୍ଥାନ (୩୨୩୩୪), ସିକିମ୍ (୪୩୮), ତାମିଲନାଡୁ (୧୮୬୪୯୨), ତେଲେଙ୍ଗାନା (୪୯୨୫୯), ତ୍ରିପୁରା (୩୪୪୯), ଉତ୍ତରାଖଣ୍ଡ (୫୩୦୦), ଉତ୍ତରପ୍ରଦେଶ (୫୫୫୮୮) ଓ ପଶ୍ଚିମବଙ୍ଗ (୪୯୩୨୧) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୬୩), ଆନ୍ଧ୍ରପ୍ରଦେଶ (୩୨୧୨୭), ଅରୁଣାଚଳ ପ୍ରଦେଶ (୩୧୪), ଆସାମ (୧୮୦୩୩), ବିହାର (୧୯୬୪୬), ଚଣ୍ଡିଗଡ଼ (୫୨୬), ଛତିଶଗଡ଼ (୪୨୩୦), ଦାଦର ନଗର ହାୱେଲି (୪୭୪), ଦିଲ୍ଲୀ (୧୦୭୬୫୦), ଗୋଆ (୨୫୪୧), ଗୁଜରାଟ (୩୭୨୬୦), ହରିୟାଣା (୨୧୬୯୭), ହିମାଚଳ ପ୍ରଦେଶ (୧୧୦୫), ଜମ୍ମୁ ଓ କଶ୍ମୀର (୮୬୦୭), ଝାଡ଼ଖଣ୍ଡ (୩୦୨୪), କର୍ଣ୍ଣାଟକ (୨୭୨୩୯), କେରଳ (୬୧୬୨), ଲଦାଖ (୧୦୧୮), ମଧ୍ୟପ୍ରଦେଶ (୧୬୮୩୬), ମହାରାଷ୍ଟ୍ର (୧୮୭୭୬୯), ମଣିପୁର (୧୪୨୮), ମେଘାଳୟ (୭୭), ମିଜୋରାମ (୧୭୯) ନାଗାଲାଣ୍ଡ୍ (୪୮୬), ଓଡ଼ିଶା (୧୩୭୫୦), ପୁଦ୍ଦୁଚେରୀ (୧୩୬୯), ପଞ୍ଜାବ (୭୬୪୧), ରାଜସ୍ଥାନ (୨୩୩୬୪), ସିକିମ୍ (୧୧୨), ତାମିଲନାଡୁ (୧୩୧୫୮୩), ତେଲେଙ୍ଗାନା (୩୭୬୬୬), ତ୍ରିପୁରା (୨୦୩୨), ଉତ୍ତରାଖଣ୍ଡ (୩୩୪୯), ଉତ୍ତରପ୍ରଦେଶ (୩୩୫୦୦) ଓ ପଶ୍ଚିମବଙ୍ଗ (୨୯୬୫୦) ।

ସମ୍ବନ୍ଧିତ ଖବର