ପାକ୍‌ ନିକଟରେ ଭାରତର ଦାବି, ପ୍ରତିଦିନ ୫୦୦୦ ଶ୍ରଦ୍ଧାଳୁଙ୍କୁ ବିନା ଭିସାରେ କରତାରପୁର ଯିବାକୁ ଅନୁମତି ମିଳୁ

ନୂଆଦିଲ୍ଲୀ: ପୁଲଓ୍ଵାମା ଆକ୍ରମଣର ଜବାବ ଦେବାକୁ ଯାଇ ବାଲାକୋଟରେ ଏୟାରଷ୍ଟ୍ରାଇକ ଓ ପାକିସ୍ତାନର ଅସ୍ତ୍ରବିରତ ଉଲ୍ଲଂଘନ ପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ଏହି ସମୟରେ ଦୁଇଦେଶର ଅଧିକାରୀମାନଙ୍କ ମଧ୍ୟରେ କରତାରପୁର କାରିଡୋରକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଭାରତ ପାକିସ୍ତାନ ନିକଟରେ କରତାରପୁର ଗୁରୁଦ୍ୱାର ପାଇଁ ପ୍ରତିଦିନ ୫୦୦୦ ଭାରତୀୟ ଓ ଭାରତୀୟ ମୂଳ ଶ୍ରଦ୍ଧାଳୁଙ୍କୁ ବିନା ଭିସାରେ ଯିବାକୁ ଅନୁମତି ଦେବାକୁ ଦାବି କରିଛି। ଏହି ବୈଠକ ପଞ୍ଜାବର ଗୁରୁଦାସପୁର ଜିଲ୍ଲା ଓ ସୀମା ପାର କରତାରପୁର ସାହିବ ମଧ୍ୟରେ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସ୍ତାବିତ କରିଡୋର ଖୋଲିବା ନେଇ ଆୟୋଜିତ ହୋଇଥିଲା।

ଭାରତ ଏହା ବି କହିଛି କି, ଶ୍ରଦ୍ଧାଳୁଙ୍କୁ କରତାପୁର ସାହିବ ପର୍ଯ୍ୟନ୍ତ ପାଦରେ ଯିବାକୁ ଅନୁମତି ଦିଆଯାଉ ଏବଂ ସପ୍ତାହରେ ସାତଦିନ ଏହି କରିଡୋରକୁ ଖୋଲା ରଖିବା ଦରକାର। କରତାରପୁରରେ ଶିଖ୍‌ ଧର୍ମ ସଂସ୍ଥାପକ ଗୁରୁ ନାନକ ଦେବ ଜି ନିଜ ଜୀବନର ଶେଷ ସମୟକୁ ବିତାଇଥିଲେ।

 

ସମ୍ବନ୍ଧିତ ଖବର