ଭାରତର ଏହି ମିସାଇଲ ଶତ୍ରୁପକ୍ଷର ରାଡାରକୁ ଧ୍ୱଂସ କରିଦେବ, ଗତ ସପ୍ତାହରେ ବାଲେଶ୍ୱରରେ ହୋଇଥିଲା ସଫଳ ପରୀକ୍ଷଣ

ଭୁବନେଶ୍ୱର : ଗତକାଲି ଡିଆରଡିଓ ପକ୍ଷରୁ ଇସ୍ରାଏଲ ସହଯୋଗରେ ନିର୍ମିତ ଏଲଆର-ସାମ ବା ବାରାକ-୮ ଦୂରଗାମୀ ମିସାଇଲ ପରୀକ୍ଷା କରିବା ପରେ ଆଜି ଆଉ ଏକ ସ୍ୱତନ୍ତ୍ର ଧରଣର ମିସାଇଲ ପରୀକ୍ଷା କରିଛି । ଏହାର ନାଁ ହେଉଛି ନ୍ୟୁ ଜେନେରେସନ ଆଣ୍ଟି ରେଡିଏସନ ମିସାଇଲ (ଏନଜିଏଆରଏମ) । ଏହା ଶତ୍ରୁପକ୍ଷର ରାଡାରକୁ ନଷ୍ଟ କରିଦେବ । ଏହାର ମାରକ କ୍ଷମତା ୧୦୦ କିଲୋମିଟର ଥିବାବେଳେ ଏହାକୁ ଡିଆରଡିଓ ପକ୍ଷରୁ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କରାଯାଇଛି । ଗତ ୧୮ ତାରିଖରେ ଏହାକୁ ଓଡ଼ିଶାର ବାଲେଶ୍ୱରସ୍ଥିତ ଇଣ୍ଟରିମ ଟେଷ୍ଟ ରେଞ୍ଜରୁ ଏକ ସୁଖୋଇ୩୦ ବିମାନରୁ ପରୀକ୍ଷା କରାଯାଇଥିଲା ।

ଗତକାଲି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ( ଡିଆରଡିଓ) ପକ୍ଷରୁ ଆଜି ଇସ୍ରାଏଲ ସହଯୋଗରେ ନିର୍ମିତ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏଲଆର-ସାମ ବା ବାରାକ-୮ ଏୟାର ଡିଫେନ୍ସ ମିସାଇଲର ସଫଳ ପରୀକ୍ଷଣ କରାଯାଇଥିଲା । ଏହାକୁ ଭାରତୀୟ ନୌସେନାର ଯୁଦ୍ଧଜାହଜ ଆଇଏନଏସ-ଚେନ୍ନାଇରୁ ଓଡ଼ିଶା ଉପକୂଳରେ ନିକ୍ଷେପ କରାଯାଇଥିଲା । ଏହି ମିସାଇଲଗୁଡ଼ିକ ଭାରତୀୟ ଯୁଦ୍ଧଜାହଜ ଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବ ।

ସମ୍ବନ୍ଧିତ ଖବର