୨୦୧୮ରେ  ଭାରତ ୫ମ ବୃହତ ଅର୍ଥନୀତିରେ ପରିଣତ ହେବ

ଲଣ୍ଡନ: ୨୦୧୮ରେ ଭାରତ ଅର୍ଥନୀତିରେ ୫ମ ବିଶ୍ୱଶକ୍ତି ହେବାକୁ ଯାଉଛି। ଭାରତ ବ୍ରିଟେନ ଓ ଫ୍ରାନ୍ସକୁ ପଛରେ ପକାଇ ଅର୍ଥନୀତିରେ ବିଶ୍ୱର ୫ମ ସ୍ଥାନ ଅଧିକାର କରିବ ବୋଲି ଏକ ରିପୋର୍ଟରେ କୁହାଯାଇଛି। ମଙ୍ଗଳବାର ଦିନ ସେଣ୍ଟର ଫର ଇକୋନୋମିକ୍‌ସ ଆଣ୍ଡ ବିଜନେସ ରିସର୍ଚ୍ଚ ( ସିଇବିଆର)କନସଲଟାନ୍ସି ୨୦୧୮ରେ ବିଶ୍ୱ ଅର୍ଥନୈତିକ ଲିଗ୍‌ ଉପସ୍ଥାପନ ଅବସରରେ ଏହି ତଥ୍ୟ ପଦାକୁ ଆସିଛି।
ରିପୋର୍ଟ ଅନୁଯାୟୀ, ଆସନ୍ତା ୧୫ ବର୍ଷ ମଧ୍ୟରେ ଏସିୟ ଦେଶ ଗୁଡ଼ିକର ଅର୍ଥନୀତି ଧୀରେ ଧୀରେ ବିଶ୍ୱର ପ୍ରମୁଖ ଦେଶଗୁୁଡ଼ିକୁ ଟପିଯିବ। ତେବେ ରିପୋର୍ଟରେ କୁହାଯାଇଛି ଅସ୍ଥାୟୀ ଝଟକା ପାଇବା ସତ୍ତ୍ୱେ ଭାରତ ଅର୍ଥନୀତି ବ୍ରଟେନ୍‌ ଓ ଫ୍ରାନ୍ସ ସହିତ ବରାବର ସ୍ଥିିତିରେ ଚାଲିଛି। ୨୦୧୮ ସୁଦ୍ଧା ଭାରତ ଏହି ଦୁଇ ଦେଶର ଅର୍ଥନୀତିକୁ ଟପିଯିବା ସହିତ ଡଲାର ହିସାବରେ ବିଶ୍ୱର ୫ମ ବୃହତ ଅର୍ଥନୀତିରେ ପରିଣତ ହେବ ବୋଲି ସିଇବିଆର ଉପାଧ୍ୟକ୍ଷ ଡଗ୍‌ଲାସ ମା୍‌କ ଓ୍ଵିଲିୟମ କହିଛନ୍ତି। ଓ୍ଵିଲିିୟମ କହିଛନ୍ତି ବିମୁଦ୍ରୀକରଣ ଓ ଜିଏସଟି ଯୋଗୁଁ ଭାରତର ଅର୍ଥନୀତିର ଗତି ମାନ୍ଦା ବା ଧୀର ରହିଛି। ତେବେ ଏହା ବେଶି ଦିନ ପ୍ରଭାବ ପକାଇବ ନାହିଁ ବୋଲି ମାକ ୍‌ଓ୍ଵିଲିୟମ କହିବା ସହିତ ୨୦୩୨ ସୁଦ୍ଧା ଚୀନ୍‌ୟ ଆମେରିକାରକୁ ଟିପି ବିଶ୍ୱର ୧ ନମ୍ବର ଅର୍ଥନୀତି ହୋଇଯିବ ବୋଲି କହିଛନ୍ତି। ସେହିପରି ୨୦୩୨ ସୁଦ୍ଧା ରୁଷର ଅର୍ଥନୀତି ତଳମୁହାଁ ହୋଇ ରୁଷ୧୧ତମ ସ୍ଥାନରୁ ୧୭ତମ ସ୍ଥାନରେ ପହଞ୍ଚିଯିବ ବୋଲିଏହି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର