ନୂଆଦିଲ୍ଲୀ: ଭାରତୀୟ ସେନା ନିୟନ୍ତ୍ରଣ ରେଖା (ଏଲଓସି) ଏବଂ ଆନ୍ତର୍ଜାତୀୟ ସୀମାରେ କାଉଣ୍ଟର-ଡ୍ରୋନ୍ ଅପରେସନ୍ ସମୟରେ ୫୦ ରୁ ଅଧିକ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇ ଦେଇଛି । ପାକ୍ ପଟୁ ଭାରତର ଅନେକ ସ୍ଥାନରେ ଡ୍ରୋନ୍ ପଠାଇବାର ବିଫଳ ପ୍ରୟାସ ପରେ ଏହି ଅପରେସନ୍ ଆରମ୍ଭ କରାଯାଇଥିଲା । ଭାରତୀୟ ସେନାର ବାୟୁ ପ୍ରତିରକ୍ଷା ୟୁନିଟ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଏବଂ ଉଦ୍ଧମପୁର, ସାମ୍ବା, ଜମ୍ମୁ, ଅଖନୁର, ନଗ୍ରୋଟା ଏବଂ ପଠାନକୋଟ ସମେତ ଅଞ୍ଚଳରେ ପାକିସ୍ତାନ ଡ୍ରୋନକୁ ଗୁଳି କରି ଖସାଇ ଦେଇଥିଲେ । ବର୍ତ୍ତମାନ ଭାରତୀୟ ସେନା ତରଫରୁ ଏକ ଭିଡ଼ିଓ ଜାରି କରି ସୂଚନା ଦିଆଯାଇଛି । 

Advertisment

 

ସେନା କହିଛି ଯେ ‘ପାକିସ୍ତାନୀ ସଶସ୍ତ୍ର ବାହିନୀ ମେ ୮ ଏବଂ ୯ ତାରିଖରେ ପଶ୍ଚିମ ସୀମାରେ ଡ୍ରୋନ୍ ଏବଂ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଅନେକ ସ୍ଥାନରେ ଆକ୍ରମଣ କରିଥିଲା । ପାକିସ୍ତାନୀ ସୈନିକମାନେ ଜମ୍ମୁ ଏବଂ କାଶ୍ମୀରର ନିୟନ୍ତ୍ରଣ ରେଖାରେ ଅନେକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲେ ।’ ସେ କହିଛନ୍ତି, ‘ଡ୍ରୋନ୍ ଆକ୍ରମଣକୁ ପ୍ରଭାବଶାଳୀ ଭାବରେ ବିଫଳ କରାଯାଇଥିଲା ଏବଂ ଅସ୍ତ୍ରବିରତି ଉଲ୍ଲଂଘନକୁ ଦୃଢ଼ ଜବାବ ଦିଆଯାଇଥିଲା । ଭାରତୀୟ ସେନା ଦେଶର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବାକୁ ପ୍ରତିବଦ୍ଧ । ଶତ୍ରୁଦେଶର ସମସ୍ତ କୁତ୍ସିତ ଉଦ୍ଦେଶ୍ୟକୁ ଜୋରଦାର ଜବାବ ଦିଆଯିବ । ଭାରତୀୟ ସେନା ରାଷ୍ଟ୍ରର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବାକୁ ପ୍ରତିବଦ୍ଧ । ପାକିସ୍ତାନର ଖଳ ଉଦ୍ଦେଶ୍ୟର ମୁହଁଭଙ୍ଗା ଜବାବ ଦିଆଯିବ ।’