ନୂଆଦିଲ୍ଲୀ: ଶୂନରୁ ତଳକୁ ଥିବା ତାପମାତ୍ରାରେ ସେ ଶତ୍ରୁଙ୍କ ସାମ୍ନା କରିବାକୁ ହେଉ ଅବା କୌଣସି ଅସୁବିଧାରେ ଫସିଥିବା ନାଗରିକଙ୍କ ସୁରକ୍ଷା ପାଇଁ ହେଉ, ସବୁବେଳେ ଦେବଦୂତ ସାଜି ଯବାନମାନେ ଅଣ୍ଟା ଭିଡି ଛିଡ଼ା ହୋଇଥାଆନ୍ତି। ନିଜର ପରିବାର ନିଜ ଜୀବନକୁ ପଛରେ ପକାଇ ଦେଶ ମା’ର ସେବା ପାଇଁ ସଦା ତତ୍ପର ଥାଆନ୍ତି ଯବାନ। ନିକଟରେ ଦେଶର ସୁରକ୍ଷା ପାଇଁ ଆଣ୍ଠୁଏ ଗଭୀର ବରଫରେ ଜଣେ ଯବାନ ଠିଆ ହୋଇଥିବାର ଭିଡିଓ ଭାଇରାଲ ହୋଇଥିଲା।
ଏହି କ୍ରମରେ ଭାରତୀୟ ସେନାଙ୍କ ଆଉ ଏକ ଦୃଦୟସ୍ପର୍ଶୀ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଆଇଏଏସ୍ ଅଧିକାରୀ ଅବନୀଶ ଶରଣ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏଥିରେ ଯବାନମାନେ ପ୍ରବଳ ଥଣ୍ଡାର ସାମ୍ନା କରିବା ସହିତ କିଭଳି ସେହି ପରିସ୍ଥିତିର ମଜା ନେଇ ଖୁସି ହେଉଛନ୍ତି ତାହା ଦେଖିବାକୁ ମିଳୁଛି।
The best ‘Winter Games.’
Our Jawans. 🇮🇳 pic.twitter.com/8Jwk4CEy2W— Awanish Sharan (@AwanishSharan) January 13, 2022
ଭାଇରାଲ ହେଉଥିବା ଭିଡିଓରେ ଭାରତୀୟ ଯବାନ ଦୁଇ ଦଳରେ ବିଭକ୍ତ ହୋଇ ପ୍ରବଳ ବରଫ ଭିତରେ ଭଲିବଲ ଖେଳୁଥିବା ନଜର ଆସୁଛନ୍ତି। ଏକ ଦଳ ଏକ ପଏଣ୍ଟ ସ୍କୋର କରିବା ପରେ ସେମାନେ ପରସ୍ପରକୁ କରତାଳି ଦେଇ ଶୁଭେଚ୍ଛା ଜଣାଉଛନ୍ତି। ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି। ଏଯାବତ ଯବାନଙ୍କ ଏଭଳି ବରଫ ଭିତରେ ଖେଳର ଭିଡିଓକୁ ୧୩୪.୫ହଜାର ଥର ଦେଖାଯାଇଛି ।