ବାୟୁସେନା ଦିବସରେ ଆକାଶରେ ଉଡିଲା ସୁଖୋଇ ୩୦ ଆଭେଞ୍ଜର-୧, ଏହି ବିମାନକୁ ଖସେଇଦେଇଥିଲା ବୋଲି ପାକିସ୍ତାନ କହିବୁଲୁଥିଲା

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ସୁଖୋଇ ବିମାନକୁ ଗତ ଫେବ୍ରୁଆରୀ ମାସରେ ଖସାଇଦେଇଥିଲା ବୋଲି ପାକିସ୍ତାନ ସାରା ବିଶ୍ୱରେ କହିବୁଲୁଛି । କିନ୍ତୁ ପାକିସ୍ତାନର ଏହି ମିଛର ପର୍ଦ୍ଦାଫାସ ହୋଇଛି । ଠିକ ସେହି ସୁଖୋଇ ବିମାନଟି ଗତ କାଲି ବାୟୁସେନା ଦିବସ ଉପଲକ୍ଷେ ଆକାଶରେ ଉଡିବା ପରେ ପାକିସ୍ତାନର ମିଛି ପଦାରେ ପଡିଯାଇଛି । ପାକିସ୍ତାନ ଦାବି କରୁଥିଲା ଯେ ଏହା ଭାରତର ସୁଖୋଇ-୩୦ ଏମକେଆଇ ଆଭେଞ୍ଜର-୧ ବିମାନକୁ ଖସେଇଦେଇଥିଲା । କିନ୍ତୁ ଠିକ ଏହି ବିମାନଟି ଉଡିବା ପରେ ଭାରତର ଦାବି ସତ ପ୍ରମାଣିତ ହୋଇଛି ।

ଚଳିତ ବର୍ଷ ଫେବ୍ରୁଆରୀ ୨୬ରେ ବାଲାକୋଟରେ ଥିବା ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ବିମାନ ଆକ୍ରମଣ କରିଥିଲା । ତା’ପରଦିନ ଅର୍ଥାତ ଫେବ୍ରୁଆରୀ ୧୭ରେ ପାକିସ୍ତାନ ବାୟୁସେନା ଏଫ-୧୬ ବିମାନ ସମେତ ଆଉ କେତେକ ବିମାନ ଭାରତୀୟ ବାୟୁସେନାରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ସତର୍କ ଭାରତୀୟ ବାୟୁସେନା ସେଗୁଡ଼ିକର ମୁହାଁମୁହିଁ ସାମନା କରି ଘଉଡେଇଦେଇଥିଲା ।

ସମ୍ବନ୍ଧିତ ଖବର