ଏନ୍‌ଡିଏମ୍‌ଏର ସତର୍କବାଣୀ : ଭାରତରେ ଉତ୍କଟ ହେବ ବନ୍ୟା ସ୍ଥିତି; ୧୦ ବର୍ଷରେ ୧୬ହଜାର ଲୋକ ମରିବେ, ୪୭ହଜାର କୋଟି କ୍ଷତି ଘଟିବ

ନୂଆଦିଲ୍ଲୀ : କେରଳ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ଆସାମ ଭଳି ରାଜ୍ୟରେ ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁ ଅନେକ ଧନଜୀବନ ହାନି ଘଟିଛି। ବିଶେଷକରି କେରଳରେ ବର୍ଷାର ତାଣ୍ଡବ ଯୋଗୁ ରାଜ୍ୟବାସୀ ସର୍ବାଧିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ତେବେ ଭାରତରେ ଆଗାମୀ ୧୦ ବର୍ଷ ମଧ୍ୟରେ ଏହାଠାରୁ ଆହୁରି ବଡ଼ ବର୍ଷା ଓ ବନ୍ୟା ବିଭୀଷିକା ଆସିବ ବୋଲି ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍‌ଡିଏମ୍‌ଏ) ପକ୍ଷରୁ ଆଶଙ୍କା ପ୍ରକାଶ କରାଯାଇଛି। ଏହାର ଆକଳନ ଅନୁସାରେ ଦେଶରେ ବନ୍ୟା ଯୋଗୁ ଆଗାମୀ ୧୦ ବର୍ଷରେ ୧୬ହଜାରରୁ ଅଧିକ ଲୋକ ପ୍ରାଣ ହରାଇବେ। ୪୭,୦୦୦ କୋଟିରୁ ଅଧିକ ଟଙ୍କାର କ୍ଷତି ଘଟିବ। ବିପର୍ଯ୍ୟୟ ମୁକାବିଲା ପାଇଁ ଯଥାର୍ଥ ପଦକ୍ଷେପ ନିଆଯାଉ ନଥିବାରୁ ଦେଶବାସୀ ଏଭଳି ବଡ଼ଧରଣର ବିପର୍ଯ୍ୟର ସମ୍ମୁଖୀନ ହେବେ ବୋଲି ଏହା କହିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ୱାରା ହୋଇଥିବା ଏହି ସର୍ଭେ ମୁତାବକ ହିମାଚଳ ପ୍ରଦେଶକୁ ଛାଡ଼ିଦେଲେ ଅଧିକାଂଶ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ଠୋସ ପଦକ୍ଷେପ ନେଇନାହାନ୍ତି। ପ୍ରତିବର୍ଷ ଏଭଳି ବିପର୍ଯ୍ୟୟ କୌଣସି ନା କୌଣସି ରାଜ୍ୟକୁ ଗ୍ରାସୁଥିଲେ ହେଁ, ପ୍ରାକ୍‌ ପ୍ରସ୍ତୁତିରେ ଢିଲାପଣ ଯୋଗୁ ଅନେକ ଲୋକ ପ୍ରାଣ ହରାଉଛନ୍ତି। ୬୪୦ ଜିଲ୍ଲାରେ ସର୍ବେକ୍ଷଣ କରାଯାଇ ଏଭଳି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧିତ ଖବର