ଏନ୍‌ଡିଆରଏଫ୍ ଓ ଏସ୍‌ଡିଆର୍‌ଏଫ୍ ପାଣ୍ଠି ବୃଦ୍ଧି ପାଇଁ ଆଗୁଆ ସୁପାରିସ

ନୂଆଦିଲ୍ଲୀ : ବାତ୍ୟା ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟକୁ ଏନଡିଆରଏଫ୍ ଏବ୍‌ ଏସ୍ଡିଆରଏଫ୍ ପାଣ୍ଠି ଅନ୍ତର୍ଗତ କେତେ ଆର୍ଥିକ ସହାୟତା ମିଳିବ, ସେ ନେଇ ଫେବ୍ରୁଆରିରୁ ଆଗୁଆ ସୁପାରିସ୍‌ ହୋଇସାରିଥିବା ଜଣାପଡ଼ିଛି। ଓଡ଼ିଶା ସମେତ ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟମାନଙ୍କୁ ମିଳୁଥିବା ଆର୍ଥିକ ସହାୟତା ବୃଦ୍ଧି କିରବା ପାଇଁ ସଂସଦର ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ପୂର୍ବରୁ ସୁପାରିସ କରିସାରିଛନ୍ତି। ଏମ. ବିରାପ୍ପା ମୋଇଲିଙ୍କ ଅଧ୍ୟକ୍ଷତାରେ ଗଠିତ ଫାଇନାନ୍ସ ଷ୍ଟାଣ୍ଟିଂ କମିଟି ଚଳିତ ବର୍ଷ ଫେବ୍ରୁଆରି ମାସରେ ବିପର୍ଯ୍ୟୟ ପରିଚାଳନା ଏବଂ ରିଲିଫ୍‌ ପାଇଁ କେନ୍ଦ୍ରୀୟ ସହାୟତା ନେଇ ୯୬ ପୃଷ୍ଠାର ଏକ ରିପୋର୍ଟ ଦାଖଲ କରିଥିଲେ। ତେବେ ଫନି ବାତ୍ୟା ପରିପ୍ରେକ୍ଷୀରେ ଏହି ସୁପାରିସ ଯଥେଷ୍ଟ ଗୁରୁତ୍ବ ବହନ କରୁଛି।

ଷ୍ଟାଣ୍ଡିଂ କମିଟି ନିକଟରେ ଓଡ଼ିଶା ପକ୍ଷରୁ ୨୧ଟି ପ୍ରସଙ୍ଗ ଉପରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏସଡିଆରଏଫ୍‌ ଅନ୍ତର୍ଗତ ଓଡ଼ିଶାକୁ ଅଧିକ ପାଣ୍ଠି ମିଳୁନଥିବା କମିଟି ନିକଟରେ ଅବଗତ କରାଯାଇଥିଲା। ଅପରପକ୍ଷେ କମ୍ ବିପର୍ଯ୍ୟୟ ପ୍ରବଣ ଓ ଆର୍ଥିକ ରୂପେ ସକ୍ଷମ ଥିବା ରାଜ୍ୟମାନଙ୍କୁ ଅଧିକ ପାଣ୍ଠି ମିଳୁଥିବା ନେଇ କମିଟିକୁ ଜଣାଯାଇଥିଲା। । ନଷ୍ଟ ହୋଇଥିବା ସମସ୍ତ ସାର୍ବଜନିନ ଭିତ୍ତିଭୂମିର ପୁନରୁଦ୍ଧାର କାର୍ଯ୍ୟ ପାଇଁ ଏସଡିଆରଏଫ୍ ଓ ଏନଡିଆରଏଫ୍‌କୁ ପାଣ୍ଠି ଯୋଗାଇବା ପାଇଁ କୁହାଯାଇଥିଲା।

ସମ୍ବନ୍ଧିତ ଖବର