ବିପର୍ଯ୍ୟୟ ମୁକାବିଲା: ଯୁବଗୋଷ୍ଠୀଙ୍କୁ ତାଲିମ ‌ଦେଉଛି ଏନ୍‌ଡିଆର୍‌ଏଫ୍‌

ନୂଆଦିଲ୍ଲୀ : ଦେଶରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ଅନ୍ତର୍ଗତ ଏନ୍‌ଡିଆର୍‌ଏଫ୍‌ ଯୁବଗୋଷ୍ଠୀମାନଙ୍କୁ ତାଲିମ ଦେବା ଆରମ୍ଭ କରିଛି। ଏ ନେଇ ନେହରୁ ଯୁବ କେନ୍ଦ୍ର ସଂଗଠନର ଯୁବ ସ୍ବେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଓଡ଼ିଶା ସମେତ ଦେଶର ୨୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୨ ବିପର୍ଯ୍ୟୟ ପ୍ରବଣ ଜିଲ୍ଲାରେ ପ୍ରଶିକ୍ଷିତ ସ୍ବେଚ୍ଛାସେବୀମାନେ କାର୍ଯ୍ୟରେ ନିୟୋଜିତ ହେବେ ଏବଂ ବିପର୍ଯ୍ୟୟ ମୁକାବିଲା ଦିଗ‌େର ଜରୁରୀ ପଦକ୍ଷେପ ନେବେ। ଏ ନେଇ ଦେଶର ପ୍ରତ୍ୟେକ ବ୍ଲକ୍‌ରୁ ୩୦ଟି ଯୁବ ସ୍ବେଚ୍ଛାସେବୀମାନଙ୍କୁ ଚୟନ କରି ପ୍ରଶିକ୍ଷଣ ଦିଆଯାଉଛି। ୨୦୧୯-୨୦ରେ ଦେଶର ୨୯୫ ବ୍ଲକ୍‌ରୁ ୮୮୫୦ ସ୍ବେଚ୍ଛାସେବୀମାନଙ୍କୁ ଏନ୍‌ଡିଆର୍‌ଏଫ ଦ୍ବାରା ପ୍ରଶିକ୍ଷଣ ଦିଆଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏନ୍‌ଡିଆର୍‌ଏଫ୍‌ ଦ୍ବାରା ଦିଆଯାଉଥିବା ୬ ଦିନର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିପର୍ଯ୍ୟୟ ସ୍ଥିତିରେ ପ୍ରଥମେ କେଉଁ ସବୁ ପଦକ୍ଷେପ ନିଆଯିବ ସେନେଇ ଟ୍ରେନିଂ ଦିଆଯିବ। ୨୦୨୪ ସୁଦ୍ଧା ନେହରୁ ଯୁବ କେନ୍ଦ୍ର ସଂଗଠନର ୫୦ ହଜାର ଯୁବ ସ୍ବେଚ୍ଛାସେବୀଙ୍କୁ ପ୍ରଶିକ୍ଷିତ କରାଯିବ।

ସମ୍ବନ୍ଧିତ ଖବର