ରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ

ବାଲେଶ୍ବର: ବାହାନଗାରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣାର ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଟିମ୍ ବାଲେଶ୍ବର ପହଞ୍ଚି ଦୁର୍ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।ଏହି କ୍ରମରେ ଦେଖିବାକୁ ଗଲେ ଦୁର୍ଘଟଣାର ଖବର ପାଇ ଯୁଦ୍ଧକାଳୀନଭିତ୍ତିରେ ଏନଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ଭୋକଶୋଷ ଭୁଲି ଲୋକଙ୍କୁ ଉଦ୍ଧାର କରିଥିଲେ।

ଏହି କ୍ରମରେ ଉଦ୍ଧାରକାର୍ଯ୍ୟ ବି ଶେଷ ହୋଇଯାଇଛି। କିନ୍ତୁ ଏହି ଘଟଣାପରେ ଉଦ୍ଧାରକାରୀ ଦଳରେ ସାମିଲ ଥିବା କିଛି କର୍ମଚାରୀଙ୍କ ସ୍ବଭାବ ବଦଳି ଯାଇଛି। ସେମାନେ କାହାକୁ କିଛି ନକହି ଗୋଟିଏ ସ୍ଥାନରେ ଚୁପ ହୋଇ ବସୁଛନ୍ତି। ନା ଠିକ ସେ ଖାଉଛନ୍ତି ନା ପାଣି ପିଉଛନ୍ତି ବୋଲି ଏନଡିଆରଏଫ ଟିମର ମହାନିର୍ଦ୍ଦେଶକ କହିଛନ୍ତି।

ଏନଡିଆରଏଫ ଟିମର ମହାନିର୍ଦ୍ଦେଶକ ଅତୁଲ କରୱାଲ କହିଛନ୍ତି, ଉଦ୍ଧାରକାରୀ ଦଳର କର୍ମଚାରୀମାନେ ଉଦ୍ଧାରକାର୍ଯ୍ୟ ଶେଷ କରି ଫେରି ଆସିବା ପରେ କହୁଛନ୍ତି,‘‘ ଖାଦ୍ୟ ହେଉ ଅବା ପାଣି ଯେକୌଣସି ବସ୍ତୁ ବା ପଦାର୍ଥକୁ ଧରିଲେ ରକ୍ତରେ ଭିଜି ଯାଇଥିବା ଭଳି ଲାଗୁଛି। ଆଖି ସାମ୍ନାରେ ସବୁବେଳେ ସେ ଲୋମଟାଙ୍କୁରା ଦୃଶ୍ୟ ନାଚି ଯାଉଛି। କିଛି ଭଲ ଲାଗୁନାହିଁ।’’

ଏଥିପାଇଁ ମୁଁ ଉଦ୍ଧାରକରୀ ଦଳର କର୍ମଚାରୀଙ୍କ ମାନସିକ ସ୍ଥିରତା ସହ ମନୋବିଜ୍ଞାନ କାଉନସିଲିଂ ଆରମ୍ଭ କରି ଦେଇଛି। ଗତବର୍ଷରୁ ଏଯାବତ ଏହି କାଉନସିଲିଂରେ ୧୮,୦୦୦ଜଣ କର୍ମଚାରୀଙ୍କ ମଧ୍ୟରୁ ୯୫ ପ୍ରତିଶତ ପୁଣି ନିଜ ଅବସ୍ଥାକୁ ଫେରି ଆସିବାରେ ସଫଳ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ଏହି କାଉନସିଲିଂ ଉଦ୍ଧାରକାରୀ ଦଳର କର୍ମଚାରୀଙ୍କ ପାଇଁ ନିହାତି ଆବଶ୍ୟକ।

 

 

ସମ୍ବନ୍ଧିତ ଖବର