୪୧ ଘଣ୍ଟା ହେବ ୭୦ଫୁଟ ଗର୍ତ୍ତ ଭିତରେ ଖସି ପଡ଼ି ମୃତ୍ୟୁ ସହ ସଂଗ୍ରାମ କରୁଛି ୨ବର୍ଷୀୟ ଶିଶୁ, ଦୁଇଦିନ ହେବ ଜାରି ରହିଛି ଉଦ୍ଧାର କାର୍ଯ୍ୟ

ତିରୁଚିରାପ୍ପଲୀ : ଆପଣ ଲିଫ୍ଟରେ ଅଛନ୍ତି ଆଉ କିଛି ସମୟ ପାଇଁ ଯଦି ଲିଫ୍ଟ ବନ୍ଦ ହୋଇଯାଏ ତେବେ ଭାବନ୍ତୁ ସେତେବେଳେ କିଭଳି ଅବସ୍ଥା ହେବ। ଏହାଠାରୁ ବି ଏକ ଭୟାବହ ଘଟଣା ୨ବର୍ଷୀୟ ଶିଶୁ ସହିତ ଗତ ଶୁକ୍ରବାର ଦିନ ଘଟିଛି। ତିରୁଚିରାପଲ୍ଲୀ ଜିଲ୍ଲାର ନାଡୁକାଟ୍ଟୁପଲ୍ଲୀଠାରେ ୨ବର୍ଷୀୟ ସୁଜିତ ବିଲସନ ନିଜ ଭାଇ-ଭଉଣୀଙ୍କ ସହ ଖେଳୁଥିବା ବେଳେ ନିଜ ଘର ଆଗରେ ଥିବା ୬୦୦ଫୁଟ୍‌ ନଳକୂପ ଗର୍ତ୍ତକୁ ଖସି ପଡ଼ି ଯାଇଥିଲେ ।

ଘଟଣା ଘଟିବାର ତୁରନ୍ତ ପରେ ସୁଜିତଙ୍କୁ ଉଦ୍ଧାର କରିବା ପାଇଁ ଶୁକ୍ରବାର ସାରା ରାତି ଓ ଶନିବାର ସାରାଦିନ ବିତିଯାଇଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା। ୪୧ ଘଣ୍ଟା ହେବ ସେ ୭୦ଫୁଟ ଗର୍ତ୍ତ ଭିତରେ ଫସି ରହି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ଅଗ୍ନିଶମ ବିଭାଗ କର୍ମୀ ଓ ଉଦ୍ଧାରକାରୀ ଦଳ ତାଙ୍କୁ ଭିତରୁ ବାହର କରିବାରେ ବିଫଳ ହେବାରୁ ଏନ୍‌ଡିଆର୍‌ଏଫ୍‌ ଓ ଏସ୍‌ଡିଆର୍‌ଏଫ୍‌ ସମେତ ୧୫ଟି ଘରୋଇ ଉଦ୍ଧାରକାରୀ ଦଳ ଏବେ ଉଦ୍ଧାରକାର୍ଯ୍ୟରେ ଲାଗିପଡ଼ିଛନ୍ତି।

ସମ୍ବନ୍ଧିତ ଖବର