ଏନ୍‌ଡିଟିଭି ପ୍ରତିଷ୍ଠାତା ପ୍ରଣୟ ରାୟ ମୁମ୍ବାଇ ବିମାନବନ୍ଦରରେ ଅଟକ

ମୁମ୍ବାଇ : ବିଦେଶ ଯାତ୍ରାରେ ବାହାରିଥିବା ଏନ୍‌ଡିଟିଭିର ପ୍ରତିଷ୍ଠାତା ପ୍ରଣୟ ରଏ ଓ ତାଙ୍କ ପତ୍ନୀ ରାଧିକା ରଏଙ୍କୁ ମୁମ୍ବାଇ ବିମାନବନ୍ଦରରେ ଅଟକାଇ ଦିଆଯାଇଛି। ଉଭୟଙ୍କ ନାମରେ ରହିଥିବା ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ସିବିଆଇ ପକ୍ଷରୁ କରାଯାଇଥିବା ଅନୁରୋଧ ଆଧାରରେ ସେମାନଙ୍କୁ ବିମାନବନ୍ଦର କର୍ତ୍ତୃପକ୍ଷ ଅଟକ ରଖିଛନ୍ତି। ‌େତବେ ପ୍ରଣୟଙ୍କ ଅଟକକୁ ଏନ୍‌ଡିଟିଭି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଏହାକୁ ଗଣମାଧ୍ୟମର କଣ୍ଠରୋଧ ଭାବେ ଏନ୍‌ଡିଟିଭି ବର୍ଣ୍ଣନା କରିଛି। ଟୁଇଟ୍‌ କରି ଏନ୍‌ଡିଟିଭି ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୧୬ ତାରିଖରେ ଭାରତ ଫେରିବାର ଟିକଟ ତାଙ୍କ ପାଖରେ ଥିବା ‌ସତ୍ତ୍ବେ ସେମାନଙ୍କୁ ଅଟକ ରଖାଯାଇଛି। ଦୁଇ ବର୍ଷ ତଳେ ଦାୟର ହୋଇଥିବା ମିଛ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ଆରମ୍ଭ କରିଛି। ସେଥିରେ ଉଭୟ ପ୍ରଣୟ ଓ ରାଧିକା ସହଯୋଗ କରୁଛନ୍ତି ବୋଲି କଂପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର