ଖେଳୁ ଖେଳୁ ଜୀଅନ୍ତା ସାପକୁ ଗିଳି ଦେଲା ଶିଶୁ, ଆଉ ତା’ପରେ..

ଲକ୍ଷ୍ମୌ: ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଜ‌‌ଣେ ଶିଶୁ ଖେଳୁଥିବା ସମୟରେ ଏକ ଜୀବନ୍ତ ସାପକୁ ଗିଳି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ସୌଭାଗ୍ୟବଶତଃ ଶିଶୁର ମା’ ପିଲା ପାଟି ଭିତରେ କ’ଣ ପୂରାଇ ଦେଇଥିବା ସନ୍ଦେହ କରି ଆଁ କରିବାକୁ କହିଥିଲେ। ପିଲାଟି ଆଁ କରିବା ପରେ ପାଟି ଭିତରେ କ’ଣ ଥିବା ଦେଖି ମା’ ହାତ ପୂରାଇ ଟାଣି ଆଣିଥିଲେ। ଏହା ସାପ ଥିବା ଦେଖି ମା’ ସ୍ତବ୍ଧ ହୋଇଯାଇଥିଲେ।

ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ବରେଲିର ଫତେହଗଞ୍ଜ ପାଶ୍ଚିମୀ ଥାନା ଅଂଚଳସ୍ଥ ଭୋଳାପୁରରେ ଘଟିଛି। ଏଠାରେ ବର୍ଷକର ଶିଶୁ ଘରେ ବସି ଖେଳୁଥିଲା। ଖେଳୁଖେଳୁ ତା’ ସାମ୍ନାରେ ଏକ ସାପ ଛୁଆଟିଏ ଚାଲି ଯାଇଥିଲା। ଶିଶୁଟି ତାହାକୁ ଖେଳନା ଭାବି ପାଟି ଭିତରେ ପୂରାଇ ଦେଇଥିଲା। ଶିଶୁ ପାଟି ଭିତରେ ସାପଟିକୁ ପୂରାଇବା ଦେଖି ମା’ ତୁରନ୍ତ ଶିଶୁ ପାଟି ଭିତରେ ହାତ ପୂରାଇ ତାହାକୁ ବାହାର କରି ଆଣିଥିଲେ। ସଙ୍ଗେସଙ୍ଗେ ଶିଶୁକୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଏହି ଘଟଣାକୁ ନେଇ ଶିଶୁର ପିତା ଧରମପାଲ କହିଛନ୍ତି ଯେ ତାଙ୍କର ବର୍ଷକର ପୁଅ ଶନିବାର ସକାଳେ ଘରେ ଖେଳୁଥିଲା। ଏହି ସମୟରେ ଶିଶୁ ପାଖ ଦେଇ ଏକ ସାପ ଚାଲି ଯାଇଥିଲା । ଆଉ ଏହି ସାପକୁ ଧରି ଶିଶୁଟି ଯେମିତି ପାଟିରେ ପୂରାଇଥିଲା ସାପଟି ଧୀରେଧୀରେ ତାର ପାଟି ଭିତରକୁ ଯିବାକୁ ଲାଗିଥିଲା।
ଶିଶୁର ମା ଏହା ଦେଖିବା ମାତ୍ରେ ଶୀଘ୍ର ସାପର ଲାଞ୍ଜକୁ ଧରି ବାହାରକୁ ଟାଣି ଆଣିଥିଲେ। ସେତେବେଳକୁ ସାପଟି ମରିଯାଇଥିଲା। ପିଲାର ପାଟି ଭିତରୁ ବାହାରି ଥିବା ସାପର ଲମ୍ବ ସାତ ଇଞ୍ଚ ଲମ୍ବ ଥିଲା |

ଡାକ୍ତରମାନେ ତୁରନ୍ତ ଚିକିତ୍ସା କରିବା ଶିଶୁର ଅବସ୍ଥା ଏବେ ସ୍ଥିର ରହିଛି। ଚିକିତ୍ସା ପରେ ଶିଶୁକୁ ଘରକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର