ଜାମୁ ଓ କାଶ୍ମୀରରେ ଆତଙ୍କବାଦ ସମାପ୍ତ ହେବାକୁ ଆଉ ବେଶୀ ବିଳମ୍ବ ନାହିଁ : ଡିଜିପି

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ନବନିଯୁକ୍ତ ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ କହିଛନ୍ତି ଯେ ରାଜ୍ୟରେ ଆତଙ୍କବାଦ ସମାପ୍ତ ହେବାର ସମୟ ଆଉ ବିଳମ୍ବ ନାହିଁ । ସେ କହିଛନ୍ତି ରାଜ୍ୟରେ ଗତ ତିନି ଦଶନ୍ଧି ଧରି ଆତଙ୍କବାଦ ଚାଲିଛି । କିନ୍ତୁ ଗତ କିଛି ବର୍ଷ ହେଲା ସୁରକ୍ଷା ବାହିନୀହାତରେ ଅନେକ ସଫଳତା ଲାଗିଛି । କେବଳ ଗତ ୧୧ରୁ ୧୫ ତାରିଖ ମଧ୍ୟରେ ସୁରକ୍ଷାବାହିନୀ ହାତରେ ମୋଟ ୧୫ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଶ୍ରୀ ସିଂ ଚଳିତ ମାସ ପ୍ରାରମ୍ଭରେ ରାଜ୍ୟର ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଜମ୍ମୁ କଶ୍ମୀରରୁ ଆତଙ୍କବାଦୀଙ୍କୁ ମୂଳପୋଛ ପାଇଁ ନିପାତ ସେନାବାହିନୀ ଦ୍ୱାରା ୨୦୧୭ ମସିହାରେ ଆରମ୍ଭ ହୋଇଥିଲା ଅପରେସନ୍ ଅଲ ଆଉଟ୍ । ଏହି ଅଭିଯାନ ଦ୍ୱାରା ୨୦୧୭ ମସିହାରେ ୨୨୦ ଆତଙ୍କବାଦୀ ନିପାତ ହୋଇଥିଲେ ଏବଂ ୮୨ ଜଣ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ। ସେହିଭଳି ୨୦୧୮ ଅଗଷ୍ଟ ଶେଷ ସୁଦ୍ଧା ସେନାର ଏହି ଅପରେସନ୍ରେ ପ୍ରାୟ ୧୪୨ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ସରକାରୀ ତଥ୍ୟରୁ ଜଣାପଡିଛି ।

ସମ୍ବନ୍ଧିତ ଖବର