ଆଜି ସନ୍ଧ୍ୟା ୬ଟା ସୁଦ୍ଧା ବିଶ୍ୱବ୍ୟାପୀ ୧୯,୬୨୫ ଜୀବନ ନେଇ ସାରିଲାଣି କୋଭିଡ୍‌-୧୯

ନୂଆଦିଲ୍ଲୀ: ସଂପ୍ରତି କରୋନା ଭାଇରସ୍‌ କୋଭିଡ୍‌-୧୯ ବିଶ୍ୱବ୍ୟାପୀ ମହାମାରୀର ରୂପ ନେଇ ଆଜି (୨୫ ମାର୍ଚ୍ଚ,୨୦୨୦, ସନ୍ଧ୍ୟା ୬ଟା) ସୁଦ୍ଧା ୧୯,୬୨୫ ଜଣଙ୍କର ଜୀବନ ନେଇ ସାରିଲାଣି। ଆଜି ସନ୍ଧ୍ୟାରେ ଏହି ତଥ୍ୟ ପ୍ରକାଶ କରିଛି ଜନସ୍‌ ହପ୍‌କିନସ୍‌ ୟୁନିଭରସିଟିର ଏକ ରିପୋର୍ଟ। ଜନସ୍‌ ହପ୍‌କିନସ୍‌ ୟୁନିଭରସିଟି (ଜେଏଚ୍‌ୟୁ)ର ସେଣ୍ଟର ଫର୍‌ ସିଷ୍ଟମସ୍‌ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ସିଏସ୍‌ଏସ୍‌ଇ) ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟରେ ଆଜି ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ଦେଖା ଦେଇଥିବା ସମସ୍ତ ମହାମାରୀ ଠାରୁ ଏହି ମହାମାରୀ ଆଧୁନିକ ଇତିହାସରେ ଏକ ବିଭୀଷିକା ସୃଷ୍ଟି କରିବା ସହ ସବୁଠାରୁ ଅଧିକ ଜୀବନ ନେଇ ସାରିଲାଣି। କୋଭିଡ୍‌-୧୯ ବର୍ତ୍ତମାନ ସୁଦ୍ଧା କେବଳ ମାତ୍ର ଇଟାଲିରେ ୬,୮୨୦ ଜଣଙ୍କୁ ମୃତ୍ୟୁ ମୁଖକୁ ଠେଲି ସାରିଲାଣି।

ସେହିପରି ଏହିମାରୀ ସ୍ପେନ୍‌ରେ ୪,୪୩୪ ଜଣଙ୍କର ଜୀବନ ନେଇଥିବା ବେଳେ ଚୀନ୍‌ରେ ମାତ୍ର ୩,୧୬୩ ଜଣଙ୍କ ଜୀବନ ଏହି ମହାମାରୀରେ ଯାଇଛି ବୋଲି କହୁଛନ୍ତି ଚୀନ୍‌ ସରକାର। ସେହିପରି ଇରାନ୍‌ରେ ୨,୦୭୭ ଜଣଙ୍କ ଜୀବନ ହାନୀ ଘଟିଥିବା କହିଛି ଏହି ରିପୋର୍ଟ। ଫ୍ରାନ୍ସରେ ୧,୧୦୦ ଓ ୟୁକେରେ ୪୨୨ ଜଣଙ୍କ ଜୀବନ ନେଇଛି ଏହି ମହାମାରୀ। ସେହିପରି ଆମେରିକାରେ ତାଣ୍ଡବ ରଚିବା ଆରମ୍ଭ କରି ୫୫୦ ଜୀବନ ନେଇ ସାରିଲାଣି ଏହି ମହାମାରୀ।

ସମ୍ବନ୍ଧିତ ଖବର