ଜାମ୍ମୁ ଓ କଶ୍ମୀରରେ ୩ଶହ ଆତଙ୍କବାଦୀ ସକ୍ରିୟ ଅଛନ୍ତି

ନୂଆଦିଲ୍ଲୀ: ବର୍ତ୍ତମାନ ଜାମ୍ମୁ ଓ କଶ୍ମୀରରେ ୩ ଶହ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ତେବେ ସରକାରୀଙ୍କ ଆତଙ୍କବାଦୀ ନିପାତ ନୀତି ଓ ସୁଦକ୍ଷ ସୁରକ୍ଷାକର୍ମୀଙ୍କ କାର୍ଯ୍ୟଦକ୍ଷତା ଯୋଗୁଁ ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ରୋକ ଲାଗାଇବାରେ ସରକାର ସକ୍ଷମ ହୋଇଛନ୍ତି ବୋଲିି ଗୃହରାଷ୍ଟ୍ରମନ୍ତ୍ରୀ ହଂସରାଜ ଅହିର ଲୋକ ସଭାରେ କହିଛନ୍ତି।
ଗୃହମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୨୦୧୪ରୁ ୨୦୧୮ ମସିହା ମଧ୍ୟରେ ଜାମ୍ମୁ ଓ କଶ୍ମୀରେ ମୋଟ୍‌ ୧୨୧୩ଟି ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଛି। ଏଥିରେ ୧୮୩ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୭୩୮ ଜଣ ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ଗୁଳିର ଶିକାର ହୋଇଛନ୍ତି। ସେହିପରି ଦେଶର ଅନ୍ୟ ଅଞ୍ଚଳରେ ମୋଟ୍‌ ୬ଟି ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଛି। ଯେଉଁଥିରେ ୧୧ ସାଧାରଣ ଲୋକ ଆତଙ୍କବାଦର ଶିକାର ହୋଇଥିବା ବେଳେ ୭ ଆତଙ୍କବାଦୀ ନିହତ ହୋଇଛନ୍ତି।
ସେହିପରି ଆତଙ୍କବାଦର ମୁକାବିଲା ପାଇଁ ସରକାର ଦୃଢ଼ ପଦକ୍ଷେପ ନେଉଥିବା ମନ୍ତ୍ରୀ ଶ୍ରୀ ଅହିର କହିଛନ୍ତି। ଯୁବଗୋଷ୍ଠୀଙ୍କୁ ଆତଙ୍କବାଦରୁ ଦୂରେଇ ରଖିବା ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ି, କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କୁ ସମ୍ପୃକ୍ତ କରିବା ପାଇଁ ଜାମ୍ମୁ ଓ କଶ୍ମୀରରେ ପ୍ରଧାନମନ୍ତ୍ରୀ ଡେଭେଲପ୍‌ମେଣ୍ଟ ପ୍ୟାକେଜ ଜରିଆରେ ୮୦୦୬୮ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିିବା ମନ୍ତ୍ରୀ ଶ୍ରୀ ଅହିର କହିଛନ୍ତି। ସେହିପରି ଶ୍ରୀ ଅହିର କହିଛନ୍ତି ଯେ ୨୦୧୭ ମସିହାରେ ୪୧୯ଟି ଅନୁପ୍ରବେଶ ଉଦ୍ୟମ ହୋଇଥିବା ବେଳେ ୨୦୧୮ରେ ୩୦୨ଟି ଅନୁପ୍ରବେଶ ଉଦ୍ୟମ ହୋଇଛି।

ସମ୍ବନ୍ଧିତ ଖବର