୭ ବର୍ଷ‌ରେ ୭ ହଜାର ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମା ନିକଟରେ ଗତ ୭ ବର୍ଷ ମଧ୍ୟରେ ପାକିସ୍ତାନ ୭୦୦୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଳଂଘନ କରିଛି। ଆରଟିଆଇ ତଥ୍ୟ ଅନୁଯାୟୀ ୨୦୧୮ ମସିହାରେ ପାକିସ୍ତାନ ସବୁଠାରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଳଂଘନ କରିଛି। ୨୦୧୮‌ରେ ପାକିସ୍ତାନ ୨୧୪୦ ଥର ଅସ୍ତ୍ରବିରତି ଉଲ୍ଳଂଘନ କରିଥିବା ବେଳେ ଏଥିଯୋଗୁଁ ୨୯ ସୁରକ୍ଷାକର୍ମୀ ସହିଦ ହୋଇଥିଲେ। ୧୧୬ ଜଣ ଯବାନ ମଧ୍ୟ ଆହତ ହୋଇଥିଲେ। ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ପାକିସ୍ତାନ ୨୦୪୭ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ୧୧ ଯବାନ ସହିଦ ହୋଇଥିବାବେଳେ ୮୦ ଜଣ ଆହତ ହୋଇଛନ୍ତି। ତେବେ ୨୦୧୩ ମସିହାରୁ ପାକ୍‌ ସେନା ସମୁଦାୟ ୬,୯୪୨ ଥର ଅସ୍ତ୍ରବିରତି ଉଲ୍ଳଂଘନ କରିଛି। ଏଥି‌ଯୋଗୁଁ ୯୦ ଯବାନ ସହିଦ ହୋଇଥିବାବେଳେ ୪୫୪ ଜଣ ଆହତ ହୋଇଛନ୍ତି। ‌

ସମ୍ବନ୍ଧିତ ଖବର