ଟିକାକରଣ ପାଇଁ ଯୁବବର୍ଗଙ୍କ ମଧ୍ୟରେ ଅହେତୁକ ଆଗ୍ରହ, ୩ଘଣ୍ଟାରେ ଟିକାକରଣ ପାଇଁ ଆବେଦନ କଲେ ୮୦ଲକ୍ଷ ଲୋକ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଏବେ ଉପର ମୁହାଁ ହୋଇଥିବା ବେଳେ ଆଜି ଟିକା ନେବା ପାଇଁ ସାରା ଦେଶର ଲୋକଙ୍କ ମଧ୍ୟରେ ଥିବା ବ୍ୟଗ୍ରତା ସାମ୍ନାକୁ ଆସିିଛି । ଆଜି ଅପରାହ୍ଣ ୪ଟାରେ ୧୮ରୁ ଅଧିକ ବର୍ଷର ଯୁବଗୋଷ୍ଠୀଙ୍କର ଟିକା ନେବା ପାଇଁ ଆରମ୍ଭ ହୋଇଥିଲା ପଞ୍ଜିକରଣ ପ୍ରକ୍ରିୟା । କୋ ୱିନ୍ ଆପକୁ ଯାଇ ପଞ୍ଜିକରଣ କରିବା ପାଇଁ ଦେଖାଦେଇଥିଲା ଅସମ୍ଭବ ଆଗ୍ରହ । ପରିସ୍ଥିତି ଏପରି ହୋଇଥିଲା ଯେ, ଏହି ୱେବସାଇଟ୍ କ୍ରାସ୍ କରିଯାଇଥିଲା । ପ୍ରତି ମିନିଟରେ ୨୭ ଲକ୍ଷରୁ ଅଧିକ ଲୋକ ପଞ୍ଜିକରଣ କରିବା ପାଇଁ ଚେଷ୍ଟା କରୁଥିଲେ । ଏବେ ପଞ୍ଜିକରଣ ଆରମ୍ଭ ହେବାର ୩ଘଣ୍ଟା ମଧ୍ୟରେ ୮୦ଲକ୍ଷ ଲୋକ ଟିକାକରଣ ପାଇଁ ପଞ୍ଜିକରଣ କରିସାରିଥିବା ଜଣାପଡ଼ିଛି।

Nearly 80 Lakh Apply For Covid Vaccination In 3 Hours: 10 Points
ndtv
ପ୍ରଥମେ ବହୁସଂଖ୍ୟକ ଲୋକ ସୋସିଆଲ୍ ମିଡିଆରେ ଜଣାଇଲେ ଯେ ଏହି ସାଇଟ୍ କାମ କରୁନାହିଁ । କିନ୍ତୁ ପରବର୍ତ୍ତୀ ସମୟରେ ଆରୋଗ୍ୟ ସେତୁ ପକ୍ଷରୁ ସ୍ପଷ୍ଟ କରାଗଲା ଯେ ପୋର୍ଟାଲ କାମ କରୁଛି ଓ ଟିକା ନେବା ପାଇଁ ପଞ୍ଜିକରଣ କରିପାରିବେ । ଏହାପରେ ପୋର୍ଟାଲ କାମ କଲା ଏବଂ ଏବେ ପଞ୍ଜିକରଣ ଜାରି ରହିଛି । କିନ୍ତୁ ସିଡ୍ୟୁଲ୍ ଆସୁନାହିଁ । ଅର୍ଥାତ ଆପଣ ଟିକା କେତେବେଳେ ଓ କେଉଁଠି ନେବେ ସେ ସୂଚନା ଦିଆଯାଉନାହିଁ । ପରେ ଆରୋଗ୍ୟ ସେତୁ ପକ୍ଷରୁ କୁହାଗଲା ଯେ, ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲଗୁଡ଼ିକ ସିଡ୍ୟୁଲ କରିନାହାଁନ୍ତି । ପ୍ରକୃତରେ ମୂଳ ସମସ୍ୟା ହେଉଛି କାହା ପାଖରେ ଟିକା ନାହିଁ । ରାଜ୍ୟଗୁଡିକ କୋଟି କୋଟି ଟିକାର ଅର୍ଡର ଦେଇଛନ୍ତି କିନ୍ତୁ ଟିକା ମିଳିପାରୁନାହିଁ । ତେଣୁ ଆପଣ ପଞ୍ଜିକରଣ କରିଥିଲେ ବି ଟିକା କେବେ ନେବେ, ଟିକା ମିଳିବା ପରେ ଯାଇ ସ୍ପଷ୍ଟ ହେବ ।
ସମ୍ବନ୍ଧିତ ଖବର