ନୂଆଦିଲ୍ଲୀ: ଆକ୍ରମଣକାରୀ ରୁଷୀୟ ସେନା କିଏଭ୍ର ନିକଟତର ହୋଇ ଆସୁଥିବାରୁ ଦେଶରୁ ଖସି ପଳାଇବା ଲାଗି ଆମେରିକାର ପ୍ରସ୍ତାବିତ ସହାୟତାକୁ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିୟି ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି।
ସ୍ବଦେଶ ଛାଡ଼ି ଚାଲିଯିବାକୁ ଯୁକ୍ତରାଷ୍ଟ୍ର ଆମେରିକା କହିବା ପରେ ଜେଲେନ୍ସ୍କିୟି କହିଲେ, ଯୁଦ୍ଧ ଲାଗିଛି; ମୋର ଗୋଳାବାରୁଦ ଆବଶ୍ୟକ, ପରିବହନ ନୁହେଁ। ଏ କଥା ପ୍ରତ୍ୟକ୍ଷଭାବେ ଜାଣିଥିବା ଜଣେ ବରିଷ୍ଠ ଆମେରିକୀୟ ଗୁଇନ୍ଦା ଅଧିକାରୀ ସମ୍ବାଦ ସରବରାହ ସଂସ୍ଥାନ ‘ଆସୋସିଏଟ୍ ପ୍ରେସ୍’କୁ କହିଛନ୍ତି।
ଜେଲେନ୍ସ୍କିୟିଙ୍କ ପଳାୟନ ଗୁଜବ ସାମାଜିକ ଗଣମାଧ୍ୟମରେ ପ୍ରସାର ହେବା ପରେ, ସେ କେତେକ ପ୍ରମୁଖ ସହଯୋଗୀଙ୍କ ଗହଣରେ ରାଷ୍ଟ୍ରପତି ଭବନ ବାହାରେ ଠିଆ ହୋଇ ରୁଷୀୟ ଆକ୍ରମଣରୁ କିଏଭ୍କୁ ରକ୍ଷା କରିବା ପାଇଁ ପ୍ରତିଜ୍ଞା କରୁଥିବାର ଭିଡିଓ ପୋଷ୍ଟ୍ କରିଛନ୍ତି।
Image Courtesy of The Times of Israelସେ କହିଛନ୍ତି, ଆମେ ସଭିଏଁ ଅଛୁ। ଆମେ ସେନା ଅଛି। ନାଗରିକ ଓ ସମାଜ ବି ଅଛି। ଆମ ସ୍ବାଧୀନତା, ଆମ ଦେଶର ସୁରକ୍ଷା ପାଇଁ ଆମେ ସମସ୍ତେ ଏଇଠି ରହିଛୁ ଏବଂ ଏମତି ରହିଥିବୁ।
ସାମରିକ ସହାୟତା ପାଇଁ ୟୁକ୍ରେନୀୟ ରାଷ୍ଟ୍ରପତି ବିଶେଷକରି ପାଶ୍ଚାତ୍ୟ ଦେଶମାନଙ୍କୁ ଅନୁରୋଧ କରୁଛନ୍ତି। ଶୁକ୍ରବାର ଦିନ ସେ କହିଥିଲେ, ସାମରିକ ସହାୟତା ଏବଂ କଟକଣା ଲାଗି ସେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ କଥାବାର୍ତ୍ତା କରିଛନ୍ତି।
ସୂଚନାଯୋଗ୍ୟ, ଆଜି ରୁଷ୍ ୟୁକ୍ରେନ୍ ଆକ୍ରମଣର ତୃତୀୟ ଦିନରେ ପ୍ରବେଶ କରିଥିବା ବେଳେ କିଏଭ୍ରେ ତୁମୁଳ ଗୁଳିବିନିମୟ ଏବଂ ବିସ୍ଫୋରଣ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/u-prez.jpg)