ମେରଠ: ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସ୍ଏସ୍) ପ୍ରମୁଖ ମୋହନ ଭାଗବତ ରବିବାର କହିଛନ୍ତି, ସୃଷ୍ଟିର ରଙ୍ଗ ଭିନ୍ନ ଭିନ୍ନ କିନ୍ତୁ ରୂପ ଏକ ପ୍ରକାର। ସେ କହିଛନ୍ତି, ଆମେ ‘ବସୁଧୈବ କୁଟୁମ୍ବକମ୍’ ମନ୍ତ୍ର ନେଇ ଚାଲିବାର ଅଛି। ସମାଜର ଉଥାନ ପାଇଁ ଓ ଏହାର ବିକାଶ ପାଇଁ ପ୍ରତ୍ୟେକ ଲୋକଙ୍କୁ ଆରଏସ୍ଏସ୍ରେ ଯୋଡ଼ାଯିବା ଦରକାର।
ଉତ୍ତରପ୍ରଦେଶର ମେରଠରେ ଆୟୋଜିତ ମହା ଅଧିବେଶନରେ ଭାଗବତ କହିଛନ୍ତି, କଟ୍ଟର ହିନ୍ଦୁତ୍ୱର ଅର୍ଥ କଟ୍ଟର ସତ୍ୟ ନିଷ୍ଠା ଓ ଅହିଂସା ପାଳନ କରିବା। କଟ୍ଟରତା ଉଦାରତା ପାଇଁ। ଆମେ ଦେଶରେ ପୂଜା କରୁଥିବା ଲୋକ, ପୂଜା କରୁ ନଥିବା ଲୋକ, ଅନେକ ଭାଷାଭାଷି ଲୋକ ଓ ହଜାର ସଂଖ୍ୟାରେ ଜାତିମାନଙ୍କ ମଧ୍ୟରେ ନିଜକୁ ଗଣୁଥିବା ଲୋକଙ୍କ ଧର୍ମ ଅଛି।
/sambad/media/post_attachments/wp-content/uploads/2018/02/rss3-500x370.jpg)
ସମଗ୍ର ବିଶ୍ୱକୁ ସମୟ ସମୟରେ ଧର୍ମ ଦେଉଥିବା ଦେଶ ହେଉଛି ଭାରତ। ଆମେ ହିନ୍ଦୁ ବୋଲି ଏକ ବୋଲି ଭାଗବତ କହିଛନ୍ତି। ଆମର ଦେଶ ଏକ, କାରଣ ଆମର ଏଠାରେ ବସୁଧୈବ କୁଟୁମ୍ବକମ୍ ମନ୍ତ୍ରରେ ପରିଚାଳିତ ହେବାକୁ ପଡ଼ିଥାଏ। ଆମର ଦେଶରେ ହିନ୍ଦୁ ଅଛନ୍ତି କିନ୍ତୁ ସେମାନେ ଜାଣି ନ ଥାନ୍ତି ଯେ, ସେମାନେ ହିନ୍ଦୁ ଅଟନ୍ତି ବୋଲି ଭାଗବତ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/rss2.jpeg)