ପୁଣି କ୍ଷମତାସୀନ ହେବାକୁ ସ୍ୱପ୍ନ ଦେଖୁଛନ୍ତି ମୁସାରଫ, ସେ ଆମେରିକାର ସହାୟତା ମାଗୁଥିବା ଭିଡିଓ ଭାଇରାଲ

ଓ୍ଵାସିଂଟନ : ପାକିସ୍ତାନର ପୂର୍ବତନ ଏକଛତ୍ରବାଦୀ ସାମରିକ ଶାସକ ପରଭେଜ ମୁସାରଫ ଏବେ ଶାସନ କ୍ଷମତାରେ ନାହାନ୍ତି । ଏବେ ସେ ବିଦେଶରେ ଆତ୍ମନିର୍ବାସନରେ ରହୁଛନ୍ତି । ତଥାପି ସେ କ୍ଷମତା ମୋହ ଛାଡିପାରିନାହାନ୍ତି । ଏବେ ବି ପାକିସ୍ତାନର ଶାସନ କ୍ଷମତାକୁ ଫେରିବାକୁ ସ୍ୱପ୍ନ ଦେଖୁଛନ୍ତି । ଏବେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ କ୍ଷମତାକୁ ଫେରିବାକୁ ଆମେରିକାର କେତେକ ସାଂସଦଙ୍କ ସହାୟତା ମାଗୁଥିବା ଦେଖାଯାଉଛି ।

ଏହି ଭିଡିଓରେ ସେ ଆହୁରି ମଧ୍ୟ କହୁଛନ୍ତି ଯେ ପାକିସ୍ତାନରେ ଓସାମା ବିନ ଲାଡେନ ଲୁଚି ରହିଥିବା ସଂପର୍କରେ ପାକ ଗୁଇନ୍ଦା ସଂସ୍ଥା ଆଇଏସଆଇ ଜାଣିନପାରିବାକୁ ନେଇ ସେ ଲଜ୍ଜା ଅନୁଭବ କରୁଛନ୍ତି । କିନ୍ତୁ ଏଭଳି ଖାମଖିଆଲି ବେଳେ ବେଳେ ସିଆଇଏ ମଧ୍ୟ କରିଥାଏ ବୋଲି ସେ କହିଛନ୍ତି । ପାକିସ୍ତାନୀ ସାମ୍ବାଦିକ ତଥା ସ୍ତମ୍ଭକାର ଗୁଲ ବୁଖାରୀ ସୋସିଆଲ ମିଡିଆରେ ଏହି ଭିଡିଓ ଅପଲୋଡ କରିବା ପରେ ପାକିସ୍ତାନରେ ଚାଞ୍ଚଲ୍ୟ ଖେଳିଯାଇଛି । ପାକିସ୍ତାନର ପୂର୍ବତନ ସେନାମୁଖ୍ୟ ମୁସାରଫ ୧୯୯୯ରେ ସାମରିକ ବିଦ୍ରୋହ କରି ତତକାଳୀନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କୁ ଗାଦିଚ୍ୟୁତ କରିଥିଲେ । ୨୦୦୮ରେ ସେ ପଦଛାଡିଥିଲେ ।

ସମ୍ବନ୍ଧିତ ଖବର