ଶିଶୁ ଦୁଷ୍କର୍ମକାରୀଙ୍କୁ ରାଜକ୍ଷମା ଆବେଦନ କରିବାର ଅଧିକାର ମିଳିବା ଉଚିତ ନୁହେଁ : ରାଷ୍ଟ୍ରପତି

ନିର୍ଭୟା ଦୁଷ୍କର୍ମ ଅଭିଯୁକ୍ତର ରାଜକ୍ଷମା ଆବେଦନ ଖାରଜ କଲା କେନ୍ଦ୍ର ଗୃହମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ ନାରୀ ଦୁଷ୍କର୍ମକୁ ନେଇ ପ୍ରବଳ ଜନଅସନ୍ତୋଷ ଜାରି ରହିଥିବାବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ଗୁରୁତ୍ୱପୂର୍ଣ୍ଣ ମତ ଦେଇଛନ୍ତି । ସେ କହିଛନ୍ତି ଯେ ଶିଶୁ ଦୁଷ୍କର୍ମକାରୀଙ୍କ ଲାଗି ରାଜକ୍ଷମା ଆବେଦନର କୌଣସି ବ୍ୟବସ୍ଥା ରହିବା ଉଚିତ ନୁହେଁ । ପକ୍‌ସୋ ଆଇନରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀମାନଙ୍କୁ ରାଜକ୍ଷମା ଆବେଦନ କରିବାକୁ ଅନୁମତି ଦିଆନଯାଉ ।

ରାଜସ୍ଥାନରେ ଅନୁଷ୍ଠିତ ଏକ ସଭାରେ ଉଦବୋଧନ ଦେବାବେଳେ ସେ କହିଛନ୍ତି ଯେ ଆମ ଦେଶରେ ନାରୀ ସୁରକ୍ଷା ଏକ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ । ପକ୍‌ସୋ ଆଇନରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀମାନଙ୍କୁ ରାଜକ୍ଷମା ଆବେଦନ କରିବାର ଅଧିକାର ମିଳିବା ଉଚିତ କି ନୁହେଁ, ତାହା ସଂସଦ ବିଚାର କରୁ ।

ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ, ୨୦୧୨ ନିର୍ଭୟା ଦୁଷ୍କର୍ମମାମଲାର ଅଭିଯୁକ୍ତ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ କେନ୍ଦ୍ର ଗୃହମନ୍ତ୍ରାଳୟ ଖାରଜ କରିଦେଇଛି । ପୂର୍ବରୁ ଦିଲ୍ଲୀ ସରକାର ଏହି ରାଜକ୍ଷମା ଆବେଦନକୁ ଖାରଜ କରି ଗୃହମନ୍ତ୍ରାଳୟକୁ ପ୍ରେରଣ କରିଥିଲେ । ଗୃହ ମନ୍ତ୍ରାଳୟ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖି ତାହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଦେଇଛି ।

ସମ୍ବନ୍ଧିତ ଖବର