କଠୋର ଲକଡାଉନ ଲାଗୁ ନ ହେଲେ ଆଉ ସମ୍ଭାଳି ହେବ ନାହିଁ : ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ : କରୋନା ସଂକ୍ରମିତଙ୍କ ସଂଖ୍ୟା ଅତି ଚିନ୍ତାଜନକ ବେଗରେ ବଢିଚାଲିଥିବାରୁ ଦେଶରେ ଗତ ବର୍ଷ ପରି ପୁଣି ଥରେ ଲକଡାଉନ ଲଗାଇବାର ଜରୁରୀ ଆବଶ୍ୟକତା ଦେଖାଦେଇଛି ବୋଲି ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି ।
ଏନଡିଟିଭିକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯ଼େ ଅତି ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାପରେ ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ପ୍ରବଳ ଚାପ ପଡ଼ୁଛି । ପୁଣି ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହରିୟାଣା ପରି ରାଜ୍ୟ ଲାଗୁ କରିଥିବା ରାତ୍ରିକାଳୀନ କର୍ଫ୍ୟୁ ପ୍ରଭାବି ହେଉନାହିଁ ।ଏଣୁ ଗତ ବର୍ଷ ମାର୍ଚ୍ଚରେ ଲାଗୁ କରାଯ଼ାଇଥିବା ଲକଡାଉନ ପରି ଏ ବର୍ଷ ମଧ୍ୟ ଲକଡାଉନ ଲାଗୁ କରିବା ଆବଶ୍ୟକତା ଜରୁରୀ ହୋଇପଡ଼ିଛି । ବିଶେଷକରି ଯ଼େଉଁ ଅଞ୍ଚଳରେ ପଜିଟିଭିଟି ହାର ୧୦ ପ୍ରତିଶତରୁ ଅଧିକ ରହିଛି ସେଠାରେ ଲକଡାଉନ ଲାଗୁ କରାଯ଼ାଉ ।
ଦିଲ୍ଲୀର ବାତ୍ରା ହସପିଟାଲରେ ଅକ୍ସିଜେନ ଅଭାବରୁ ଡ.ଆରକେ.ହିମଥାନିଙ୍କ ସମେତ ମୋଟ ୧୨ ଜଣ ମୃତ୍ୟୁବରଣ କରିବାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି । ଏହା ଦର୍ଶାଉଛି ଯ଼େ ଏତେ ସଂଖ୍ୟକ ସଂକ୍ରମଣକୁ ସମ୍ଭାଳିବାକୁ ଆମ ସ୍ବାସ୍ଥ୍ୟ ଭିତ୍ତିଭୂମିର କ୍ଷମତା ଶେଷ ହୋଇଗଲାଣି ।

ସମ୍ବନ୍ଧିତ ଖବର