ସିରିଞ୍ଜ ଓ ଛୁଞ୍ଚିର ଦର ନିୟନ୍ତ୍ରଣ କରିବେ ସରକାର

ମୁମ୍ବାଇ: ଖୁବ୍‌ ଶୀଘ୍ର ସରକାର ସମଗ୍ର ଦେଶରେ ମେଡିକାଲ ସିରିଞ୍ଜ ଓ ଛୁଞ୍ଚିର ଦର ଉପରେ ନିୟନ୍ତ୍ରଣ ଆଣିବାକୁ ଯାଉଛନ୍ତି। ହସ୍‌ପିଟାଲ ଗୁଡ଼ିକ ରୋଗୀ ମାଙ୍କୁ ଠକି ସିରିଞ୍ଜି ଓ ଛୁଞ୍ଚି ନାମରେ ଲକ୍ଷଲକ୍ଷ ଟଙ୍କା ମୁନାଫା କମାଉଥିବା ନେଇ ସିରିଞ୍ଜ ଓ ଛୁଞ୍ଚି ନିର୍ମାତାମାନେ ସରକାରଙ୍କ ନିକଟରେ ଅଭିଯୋଗ କରିବା ସହିତ ଏହାର ଦର ଉପରେ ନିୟନ୍ତ୍ରଣ ଲଗାଇବାକୁ ଅନୁରୋଧ କରିଛନ୍ତି। ଆଉ ଦେଶରେ ଏହା ହେଉଛି ପ୍ରଥମ ଘଟଣା ଯେ ଉତ୍ପାଦନକାରୀ ଶିଳ୍ପ ପକ୍ଷରୁ ଏହାର ଉତ୍ପାଦର ଦର ନିର୍ଦ୍ଧାରଣ କରିବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି। ହୃଦରୋଗୀଙ୍କ ଷ୍ଟେଣ୍ଟ ଓ ଅର୍ଥୋପେଡିକ୍‌ ଇମ୍‌ପଲାଣ୍ଟ ଦର ନିୟନ୍ତ୍ରଣ କରାଯିବା ପରେ , ଯଦି ସରକାର ଏହି ପ୍ରସ୍ତବେକୁ ଗ୍ରହଣ କରନ୍ତି ,ତେବେ ଏହା ତୃତୀୟ ଘଟଣା ହେବ, ସେ ସାଧାରଣ ଲୋକଙ୍କୁ ଉନ୍ନତ ସେବା ଦେବାରେ ସରକାର ଛସିରିଞ୍ଜ ଓ ଛୁଞ୍ଚି ଦର ଉପରେ ନୟନ୍ତ୍ରଣ ରଖିବେ।
ସିରିଞ୍ଜ ଓ ଛୁଞ୍ଚି ଉତ୍ପାଦନକାରୀ ଶିଳ୍ପ ପକ୍ଷରୁ ଏନଏଲଇଏମ କମିଟିକୁ ଚିଠି ଲେଖାଯାଇ ସମସ୍ତ ବର୍ଗର ସିରିଞ୍ଜ ଓ ଛୁଞ୍ଚି କୁ ଏହି ତାଲିକାଭୁକ୍ତ କରିବାକୁ ଅନୁରୋଧ କରିଛନ୍ତି। ଶିଳ୍ପ ପକ୍ଷରୁ କୁହାଯାଇଛି ସେ ସିରିଞ୍ଜ ଓ ଛୁଞ୍ଚିରେ ପ୍ରାୟ୧୨ଶହ ପ୍ରତିଶତ ଅଧିକ ଲାଭ ରଖାଯାଉଛି। ଗୁରୁଗ୍ରାମ ଠାରେ ଏକ ହସ୍‌ପିଟାଲ ରେ ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି ଯାଞ୍ଚ ବେଳେ ରୋଗୀମାନଙ୍କ ଠାରୁ ଏହି ସିରିଞ୍ଜ ଓ ଛୁଞ୍ଚିର ମୂଲ୍ୟ ବାବଦରେ ଯଥେଷ୍ଟ ଅଧିକ ଟଙ୍କା ନିଆଯାଉଥିବା ଜଣାପଡ଼ିିବା ପରେ ସିରିଞ୍ଜ ଓ ଛୁଞ୍ଚି ନିର୍ମାଣକାରୀ ଶିଳ୍ପ ପକ୍ଷରୁ ଏହି ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର