ଆଇଏଫ୍ଏଫ୍‌ଆଇ ଜୁରି ତାଲିକାରେ ନୀଳମାଧବ

ନୂଆଦିଲ୍ଲୀ : ଚଳିତ ମାସ ୨୦ ରୁ ୨୮ ପର୍ଯ୍ୟନ୍ତ ଗୋଆଠାରେ ‘ଡାଇରେକ୍ଟୋରେଟ୍ ଅଫ୍‌ ଫିଲ୍ମ ଫେଷ୍ଟିଭାଲ୍‌ସ ଅଫ୍‌ ଇଣ୍ଡିଆ’ ଦ୍ବାରା ଆୟୋଜିତ ହେବ ୫୨ତମ ଭାରତ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ)। ଏଥିରେ ୧୫ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଏହି ଚଳଚ୍ଚିତ୍ରମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଚଳଚ୍ଚିତ୍ର ଚୟନ ପାଇଁ ଗଠିତ ୫ ଜଣିଆ ଜୁରିରେ ଏକମାତ୍ର ଭାରତୀୟ ଭାବେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡା ସ୍ଥାନ ପାଇଛନ୍ତି। ଜୁରିର ଅଧ୍ୟକ୍ଷ ରହିଛନ୍ତି ଇରାନର ଫିଲ୍ମ ନିର୍ମାତା ରକ୍ସାନା ‌ବେନିତିମାଦ। ୟୁକେ, କଲମ୍ବିଆ ଓ ଶ୍ରୀଲଙ୍କାରୁ ତିନି ଜଣ ଫିଲ୍ମ ନିର୍ମାତା ମଧ୍ୟ ଏଥିରେ ସ୍ଥାନ ପାଇଛନ୍ତି। ଜୁରି ଶ୍ରେଷ୍ଠ ଚଳଚ୍ଚିତ୍ର (ଗୋଲଡେନ୍‌ ପିକକ୍), ଶ୍ରେଷ୍ଠ ନିର୍ଦ୍ଦେଶକ (ସିଲଭର୍‌ ପିକକ୍) ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ ଏବଂ ସ୍ବତନ୍ତ୍ର ଜୁରି ପୁରସ୍କାର ଚୟନ କରିବେ।

ସମ୍ବନ୍ଧିତ ଖବର