ନୂଆଦିଲ୍ଲୀ: ଲସ୍ ଆଞ୍ଜେଲସରେ ଲାଗିଥିବା ଭୟଙ୍କର ନିଆଁ ହୁହୁ ହୋଇ ଜଳୁଛି। ଏଯାବତ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଥିବା ଏଲଏ କାଉଣ୍ଟି ମେଡିକାଲ ଏକଜାମିନର ଅଫିସ୍ ପକ୍ଷରୁ ନିଶ୍ଚିତ ହୋଇଛି। 

Advertisment

ଏହି ଭୟଙ୍କର ଅଗ୍ନିକାଣ୍ଡ ହଲିଉଡ ହିଲ୍ସରେ ପହଞ୍ଚିଥିବା ବେଳେ ଅନେକ ଆମେରିକୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କ ଘରେ ମଧ୍ୟ ନିଆଁ ଲାଗିଯାଇଛି। ଏହି କ୍ରମରେ ଦେଖିବାକୁ ଗଲେ ଅଭିନେତ୍ରୀ ନିନା ଗୁପ୍ତାଙ୍କ ଝିଅ ତଥା ଡିଜାଇନର ମାସାବା ଗୁପ୍ତାଙ୍କ ନଣନ୍ଦ (ସ୍ବାମୀ ସତ୍ୟଦୀପ ମିଶ୍ରାଙ୍କ ଭଉଣୀ)ଙ୍କ ଘର ବି ଏହି ନିଆଁରେ ଜଳି ପାଉଁଶ ହୋଇଯାଇଛି।

ଅଧିକପଢ଼ନ୍ତୁ:ହୃଦଘାତ ଓ ବ୍ରେନ ଷ୍ଟୋକ ମଧ୍ୟ‌ରେ କ’ଣ ରହିଛି ଅନ୍ତର

ସୌଭାଗ୍ୟବଶତଃ ଏଥିରେ ଘରର କୌଣସି ସଦସ୍ୟଙ୍କୁ କ୍ଷତି ପହଞ୍ଚିନାହିଁ। ସମସ୍ତେ ସୁରକ୍ଷିତ ଅଛନ୍ତି କିନ୍ତୁ ରହିବା ପାଇଁ ସେମାନଙ୍କ ମୁଣ୍ଡ ଉପରେ ବସା ନାହିଁ। ଏଭଳି ପରିସ୍ଥିତିରେ ମାସାବା ଗୁପ୍ତାଙ୍କ ନଣନ୍ଦଙ୍କ ଝିଅ ଏକ ଫଣ୍ଡ ରେଜର ଆରମ୍ଭ କରିଛନ୍ତି। ଯଦ୍ବାରା ପୁଣିଥରେ ଏକ ନୂଆ ଘର ତିଆରି କରିବା ପାଇଁ ମାସାବା ଗୁପ୍ତାଙ୍କ ନଣନ୍ଦଙ୍କ ପରିବାର ସଦସ୍ୟ ଆଶା ବାନ୍ଧିଛନ୍ତି।

ମାସାବା ଗୁପ୍ତା ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଦୟାକରି ମୋ ଭାଣିଜୀ ଆରମ୍ଭ କରିଥିବା ଫଣ୍ଡ ରେଜରରେ  ଯେତିକି ସାମର୍ଥ୍ୟ ସେତିକି ସାହାଯ୍ୟ କରନ୍ତୁ। କିଛି ସାହାଯ୍ୟ କରି ନପାରିଲେ ପାର୍ଥନା  ତ କରି ପାରିବେ ନା। ଏହା ବି ଆମ ପାଇଁ ନିହାତି ଆବଶ୍ୟକ ରହିଛି।’

ଅଧିକପଢ଼ନ୍ତୁ:ଅର୍ଥନୀତିକୁ ମାଲାମାଲ କରିବ ମହାକୁମ୍ଭ, ୧% ବଢିବ ଜିଡିପି

ଲସ୍ ଆଞ୍ଜେଲସ ସହରର ଉତ୍ତରରେ ଥିବା ୨୫ ମାଇଲ (୪୦ କିଲୋମିଟର) ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ୧୨,୦୦୦ରୁ ଅଧିକ ଘର ଓ କୋଠା ପୋଡ଼ି ଯାଇଛି। ପାଖାପାଖି ଦେଢ଼ ଲକ୍ଷ ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।