ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ୍ ଖେଳାଳି ନୀରଜ ଚୋପ୍ରା ଜୁଲାଇ ୨୬ ତାରିଖ‌ରେ ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଛନ୍ତି। ଏହି କ୍ରମରେ ସେ କ୍ରିକେଟକୁ ନେଇ ଦେଇଥିବା କିଛି ବିବୃତି ଚର୍ଚ୍ଚାର ପରିସରକୁ ଆସିଛି।

Advertisment

ନୀରଜ ଚୋପ୍ରା ନିଜ ଲୋକପ୍ରିୟତାକୁ କଦାପି କ୍ରିକେଟରଙ୍କ ସହ ତୁଳନା କରି ନଥିବା କହି କହିଛନ୍ତି, ‘ ଭାରତରେ କ୍ରିକେଟର ସ୍ତର ଅଲଗା ଅଟେ ବୋଲି ମୁଁ ଜାଣିଛି।’

ଅନ୍ୟ କ୍ରୀଡ଼ାର ସଫଳତା ଭାରତରେ କ୍ରିକେଟ୍ ତଳେ ଲୁଚି ଯାଇଥାଏ।  ନିକଟରେ ମହିଳା ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ଏହି ପ୍ରସଙ୍ଗକୁ ନେଇ କିଛି ବିବୃତି ଦେଇଥିଲେ। ଯାହାକୁ ନେଇ ବିବାଦ ଦେଖାଦେଇଥିଲା।

ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି,‘ଜଣେ ଖେଳାଳି ଭାବେ କ୍ୟାରିୟର ଗଢ଼ିବାକୁ ହେଲେ ଲୋକପ୍ରିୟତା, ଟଙ୍କା କିମ୍ବା ଅନ୍ୟାନ୍ୟ ଜିନିଷ ବିଷୟରେ ଚିନ୍ତା କରିବା ଉଚିତ୍ ନୁହେଁ। ମୁଁ ପ୍ରଥମରୁ ଜାଣିଥିଲି ଯେ କ୍ରିକେଟର ସ୍ତର ଅଲଗା । କ୍ରିକେଟରେ ଯେତିକି ଲୋକପ୍ରିୟତା ମିଳେ ତାହା ଅନ୍ୟ କ୍ରୀଡ଼ାର କୌଣସି ଖେଳାଳିଙ୍କୁ ମିଳି ପାରି ନଥାଏ। କିନ୍ତୁ ଏହାର ଅର୍ଥ ନୁହେଁ ଯେ କ୍ରିକେଟ୍ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।

ମୁଁ ସବୁବେଳେ ଜାଭେଲିନ୍ ଖେଳାଳି ହେବାକୁ ଚାହୁଁଥିଲି ।କାରଣ ମୋତେ ଏହା ଭଲ ଲାଗେ। ମୁଁ ଜାଣି ନଥିଲି  ଏହି ଖେଳ ହେତୁ ମୁଁ  ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିବି ।

ମୁଁ କେବେ ବି ନିଜକୁ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନିଙ୍କ ଭଳି ଷ୍ଟାର କ୍ରିକେଟରଙ୍କ ସହ ତୁଳନା କରିନାହିଁ। କିନ୍ତୁ ଅଲିମ୍ପିକ୍ସ ପରେ ଯେତେବେଳେ ଲୋକମାନେ ମୋତେ ଜାଣିବା ଆରମ୍ଭ କରିଥିଲେ ଖୁବ ଖୁସି ଲାଗିଥିଲା।’