ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ । ରୌପ୍ୟ ପଦକ ଜିତିବା ସହ ନୂଆ ଇତିହାସ ରଚିଛନ୍ତି ନୀରଜ । ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ୍ ଭାବେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଏବଂ ଏବେ ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି । ଚତୁର୍ଥ ଭାରତୀୟ ଖେଳାଳି ଭାବରେ ଦୁଇଟି ବ୍ୟକ୍ତିଗତ ଅଲିମ୍ପିକ୍ସ ପଦକ ଜିତିଛନ୍ତି । ଅଲିମ୍ପିକ୍ସ ଜାଭଲିନ୍ ଫାଇନାଲ କିନ୍ତୁ ଭାରତ-ପାକିସ୍ତାନ ଲଢେଇ ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।

Advertisment

ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ । ରୌପ୍ୟ ପଦକ ଜିତିବା ସହ ନୂଆ ଇତିହାସ ରଚିଛନ୍ତି ନୀରଜ । ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ୍ ଭାବେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଏବଂ ଏବେ ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି । ଚତୁର୍ଥ ଭାରତୀୟ ଖେଳାଳି ଭାବରେ ଦୁଇଟି ବ୍ୟକ୍ତିଗତ ଅଲିମ୍ପିକ୍ସ ପଦକ ଜିତିଛନ୍ତି । ଅଲିମ୍ପିକ୍ସ ଜାଭଲିନ୍ ଫାଇନାଲ କିନ୍ତୁ ଭାରତ-ପାକିସ୍ତାନ ଲଢେଇ ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଗୁରୁବାର ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଜାଭଲିନ୍ ଇଭେଣ୍ଟରେ ନୀରଜ ତାଙ୍କ ପ୍ରଥମ‌ ପ୍ରୟାସରେ ଫାଉଲ୍ ମାରି ନିରାଶାରୁ ଅଭିଯାନ ଆରମ୍ଭ କରିଥିଲେ। ଦ୍ବିତୀୟ ପ୍ରୟାସରେ କିନ୍ତୁ ୮୯.୪୫ ମିଟରକୁ ଜାଭଲିନ୍ ଫିଙ୍ଗି ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରିଥିଲେ। କାରଣ ଏହା ପୂର୍ବରୁ ତାଙ୍କ ପାକିସ୍ତାନ ପ୍ରତିଦ୍ବନ୍ଦ୍ବୀ ଅର୍ଶଦ ନଦୀମ୍ ତାଙ୍କ ଦ୍ବିତୀୟ ‌‌ଥ୍ରୋରେ ୯୨.୯୭ ମିଟର୍ ଫିଙ୍ଗି ଶୀର୍ଷକୁ କୁଦା ମାରିସାରିଥିଲେ। ନୀରଜଙ୍କ ଭଳି ନଦୀମ୍ ମଧ୍ୟ ପ୍ରଥମ ପ୍ରୟାସରେ ଫାଉଲ୍ ମାରି ନିରାଶାରୁ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ଅର୍ଶଦଙ୍କ ସ୍ବପ୍ନର ଥ୍ରୋ (୯୨.୯୭) ତାଙ୍କୁ ଏକାଥରକେ ଅଲିମ୍ପିକ୍ସ ରେକର୍ଡର ଅଧିକାରୀ କରାଇଥିଲା। ପୂର୍ବରୁ ଅଲିମ୍ପିକ୍ସ ରେକର୍ଡ ଡେନମାର୍କର ଆଣ୍ଡିଆସ୍‌ ଥୋର୍କିଲସେନ୍‌ (୯୦.୫୭ ମିଟର୍)ଙ୍କ ନାମରେ ଥିଲା। ଏହା ପରେ ନୀରଜ ତାଙ୍କ ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ ଥ୍ରୋକୁ ମଧ୍ୟ ଫାଉଲ୍‌ରେ ଶେଷ କରିଥିଲେ। କିନ୍ତୁ ନୀରଜଙ୍କ ସିଜନ୍‌ର ଶ୍ରେଷ୍ଠ (୮୯.୪୫ ମିଟର) ପ୍ରଦର୍ଶନ କରି ଦ୍ବିତୀୟ ସ୍ଥାନକୁ କାଏମ ରଖିବାରୁ ସେ ଶେଷ ପର୍ଯ୍ୟନ୍ତ ସୁରକ୍ଷିତ ରହିଥିଲେ। ଏସୀୟ କ୍ରୀଡ଼ା ଭଳି ନୀରଜ ଓ ଅର୍ଶଦଙ୍କ ମଧ୍ୟରେ ଭାରତ-ପାକିସ୍ତାନ ଲଢ଼େଇ ଶେଷ ପର୍ଯ୍ୟନ୍ତ ରୋମାଞ୍ଚ ବଢ଼ାଇଥିଲା। ନଦୀମ ତାଙ୍କ ତୃତୀୟ (୮୮.୭୨) ଓ ଚତୁର୍ଥ (୭୯.୪୦) ‌‌ଥ୍ରୋରେ କ୍ରମେ ତଳକୁ ଖସିଥିଲେ। କିନ୍ତୁ ଶେଷଟିରେ ୯୧.୭୯ ମିଟର୍ ଫିଙ୍ଗି ପ୍ରଧାନ୍ୟ ବିସ୍ତାର କରିଥିଲେ।