ନୂଆଦଲ୍ଲୀ : ଭାରତୀୟ ଆଥଲେଟିକ୍ସ ପୋଷ୍ଟର ବୟ ନୀରଜ ଚୋପ୍ରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରବିବାର ସେ ହିମାନିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ନୀରଜ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ସେ ତାଙ୍କ ସୋସିଆଲ ମିଡିଆ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ ଏବଂ ଇନଷ୍ଟାଗ୍ରାମରେ ବିବାହର ଅନେକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ବିବାହ ରୀତିନୀତି ଶେଷ କରୁଥିବାର ନଜର ଆସିଛନ୍ତି । ନୀରଜ ହଠାତ୍ ବିବାହ ଖବର ଦେଇ ନିଜ ପ୍ରିୟଜନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଫଟୋରେ ନୀରଜ ତାଙ୍କ ପତ୍ନୀ ଏବଂ ପରିବାରର କିଛି ସଦସ୍ୟଙ୍କ ସହ ନଜର ଆସୁଛନ୍ତି ।
୨୭ ବର୍ଷୀୟ ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଏବଂ ପ୍ୟାରିସ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/01/19/aSbCKC3yxQ9IQZw2hjTU.jpg)