ନୂଆଦିଲ୍ଲୀ: ବିଶ୍ବକପରେ ଅଷ୍ଟ୍ରେଲିଆ ଠାରୁ ଭାରତ ପରାସ୍ତ ହେବା ପରେ ଅନେକ ଆଶା ଓ ଆକାଂକ୍ଷା ରଖି ଖେଳ ଦେଖୁଥିବା ଦେଶବାସୀଙ୍କ ମନ ଭାଙ୍ଗି ଯାଇଥିଲା। ଖେଳ ଶେଷ ହେବା ପରେ କ୍ରିକେଟ ଦଳର ପ୍ରତ୍ୟେକ ସଦସ୍ୟଙ୍କ ଆଖି ଲୁହରେ ଭରି ଯାଇଥିଲା। ପଦକ ସମାରୋହ‌ରେ ପୂରା ଟିମ ଉପସ୍ଥିତ ଥିବା ବେଳେ କାହାରି ମୁହଁରେ ହସ ନଥିଲା, ସମସ୍ତେ ଯେମିତି ସ୍ତବ୍ଧ ହୋଇଯାଇଥିଲେ।

Advertisment

ତେବେ କ୍ରିକେଟ ଦଳର ଏଭଳି ପରାଜୟ ପରେ ରାଜନେତାଙ୍କ ଠାରୁ ଆରମ୍ଭ କରି ଷ୍ଟାରମାନେ ଖେଳାଳିଙ୍କ ସମର୍ଥନରେ ଆଗେଇ ଆସିଥିଲେ। ଖେଳାଳିଙ୍କ ପ୍ରଦର୍ଶନଙ୍କୁ ପ୍ରଶଂସା କରି ସୋସିଆଲ ମିଡିଆରେ ନିଜନିଜ ଶୈଳୀରେ ପୋଷ୍ଟ ସେୟାର କରିଥିଲେ। ଏହି କ୍ରମରେ ଅଲମ୍ପିକ୍ସ ଓ ବିଶ୍ବ ଚାମ୍ପିୟନ ଭାରତୀୟ ଜାଭେଲିନ ଖେଳାଳି ନୀରଜ ଚୋପ୍ରା ବି ଆଗକୁ ଆସିଛନ୍ତି।

ଭାରତୀୟ କ୍ରିକେଟ ଦଳର ପରାଜୟ ପରେ ନୀରଜ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ‌ରେ ଏକ ପୋଷ୍ଟ ସେୟାର କରିଥିଲେ। ଏଥିରେ ନୀରଜ ଲେଖିଥିଲେ, ‘ଭାରତୀୟ ଦଳ ତୁମେ ଆମକୁ ଗୌରବାନ୍ବିତ କରିଛ। ଫାଇନାଲ ରାତି ଆମର ନଥିଲା। ତେଣୁ ମନ ଊଣା କରିବାର କିଛି କାରଣ ନାହିଁ। ଏହା ଏକ ମ୍ୟାଚ ଥିଲା। ଯାହାକୁ ଆମେ କେବେ ଭୁଲିବା ନାହିଁ।’

ନୀରଜଙ୍କ ଏହି ପୋଷ୍ଟ ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ନିଜର ପ୍ରିୟ ଭାରତୀୟ ଜାଭେଲିନ ଖେଳାଳିଙ୍କୁ ଖେଳ ସମୟରେ ଅଣ‌ଦେଖା କରାଯାଇଥିବାରୁ ନିରାଶ ହୋଇଯାଇଛନ୍ତି। ଏଥିସହିତ ବ୍ରୋଡକାଷ୍ଟର୍ସଙ୍କୁ ପ୍ରଶ୍ନ କରିଛନ୍ତି କି, ‘ନୀରଜ ଯଦି ବିଶ୍ବକପ ସମୟରେ ଷ୍ଡାଡିୟମରେ ଥିଲେ ତେବେ କାହିଁକି ତାଙ୍କୁ କ୍ୟାମେରା ସ୍ପଷ୍ଟ କଲା  ନାହିଁ।’