ଏନଟିଏ ନିଟ୍-୨୦୨୦ର ପରୀକ୍ଷାଫଳ ପ୍ରକାଶିତ, କେଉଁଠି ଦେଖିପାରିବେ ଜାଣନ୍ତୁ

ନୂଆଦିଲ୍ଲୀ : ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏନଟିଏ  ନିଟ୍ (ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା)-୨୦୨୦ ର ଫଳାଫଳ ପ୍ରକାଶ ପାଇଛି । ଏଥିରେ ଉଭୟ ସେପ୍ଟେମ୍ବର ୧୩ ଓ ଅକ୍ଟୋବର ୧୪ରେ ହୋଇଥିବା ପରୀକ୍ଷାର ଫଳାଫଳ ଅନ୍ତର୍ଭୁକ୍ତ ରହିଛି ।

ଏହି ପରୀକ୍ଷାଫଳ ଏନଟିଏର ୱେବସାଇଟ ntaneet.nic.inmcc.nic.in ରେ ଉପଲବ୍ଧ ହେଉଛି ।  ୱେବସାଇଟରେ ପ୍ରାର୍ଥୀମାନଙ୍କର ସ୍କୋର, ର‍୍ୟାଙ୍କ ଓ ପରୀକ୍ଷା ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରକାଶିତ ହୋଇଛି ।

ସାରା ଦେଶରେ କରୋନା ମହାମାରୀ ଚାଲିଥିବା ସତ୍ତ୍ୱେ ପ୍ରାୟ ୧୪.୩୭ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ । ସେହିପରି ଅକ୍ଟୋବର ୧୪ରେ ଆଉ ଏକ ସ୍ୱତନ୍ତ୍ର ପରୀକ୍ଷା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସେପ୍ଟେମ୍ବର ୧୩ରେ କରୋନା ସଂକ୍ରମଣ ବା କଣ୍ଟେନମେଣ୍ଟ ଜୋନର ବାସିନ୍ଦା ହୋଇଥିବା କାରଣରୁ ପରୀକ୍ଷା ଦେଇପାରି ନଥିବା ପ୍ରାର୍ଥୀମାନେ ପରୀକ୍ଷା ଦେଇଥିଲେ ।

ଏହି ପରୀକ୍ଷାରେ ଯେଉଁ ପ୍ରାର୍ଥୀମାନେ ୫୦ ପ୍ରତିଶତ ନମ୍ବର ରଖିବେ ସେମାନେ ଉତ୍ତୀର୍ଣ୍ଣ ହେଲେ ବୋଲି ଧରାଯିବ । କିନ୍ତୁ ମେଡିକାଲ ଓ ଡେଣ୍ଟାଲ କଲେଜଗୁଡ଼ିକର ସିଟ୍‌ ପାଇଁ ମେରିଟ-ଭିତ୍ତିକ କାଉନସେଲିଙ୍ଗ ହେବ ।

ସାରା ଦେଶରେ ୮୦,୦୫୫ଟି ଏମବିବିଏସ୍‌ ସିଟ୍‌ ଓ ୨୬୯୪୯ଟି ବିଡିଏସ୍‌ (ଡେଣ୍ଟିଷ୍ଟ୍ରି) ସିଟ୍‌ ଉପଲବ୍ଧ ରହିଛି । ଏହାଛଡ଼ା ଏମ୍ସର ୧୨୦୫ଟି ସିଟ୍‌, ଜିପମରର ୨୦୦ଟି ସିଟ୍‌, ୫୨୫ଟି ଭେଟନାରି ସିଟ୍‌ ଓ ୫୨,୭୨୦ଟି ଆୟୁଷ ସିଟ୍‌ ମଧ୍ୟ ଏହି ପରୀକ୍ଷା ମାଧ୍ୟମରେ ପୂରଣ କରାଯାଉଛି ।

ସମ୍ବନ୍ଧିତ ଖବର