ନିଟ ପେପର ଲିକ୍ ମାମଲାରେ ସିବିଆଇ ମନୀଷଙ୍କ ସ୍ତ୍ରୀଙ୍କୁ ଫୋନ କରି କହିଥିଲା,‘ଆମେ ଆପଣଙ୍କ ସ୍ବାମୀଙ୍କୁ ଗିରଫ କରୁଛୁ’

ପାଟନା:ନିଟ୍ ପେପର ଲିକ୍ ମାମଲାରେ ଏଫଆଇଆର ରୁଜୁ କରିବା ପରେ ସିବିଆଇ ତଦନ୍ତକୁ ଜୋରଦାର କରିଛି। ସିବିଆଇ ବିହାର, ଗୁଜରାଟର ଗୋଧ୍ରା ଏବଂ ରାଜସ୍ଥାନରେ ୩ଟି ଏବଂ ଅନ୍ୟ ୫ଟି ରାଜ୍ୟରେ ନିଟ୍ ପରୀକ୍ଷାରେ ଅନିୟମିତତା ସମ୍ପର୍କିତ ମାମଲାକୁ ନିଜ ହାତକୁ ନେଇଛି।

ନିଟ ପେପର ଲିକ୍ ମାମଲାର ତଦନ୍ତ କରୁଥିବା ସିବିଆଇ ଗୁରୁବାର ଏହି ଘଟଣାରେ ପ୍ରଥମ ଗିରଫ କରିଛି। ସିବିଆଇ ମନୀଷ ପ୍ରକାଶ ଓ ଆଶୁତୋଷଙ୍କୁ ଗିରଫ କରିଛି। ସିବିଆଇ ପଚରାଉଚରା ପାଇଁ ମନୀଷ ପ୍ରକାଶଙ୍କୁ ଡାକିଥିଲା ​​ଏବଂ ପରେ ତାଙ୍କୁ ଗିରଫ କରିଥିଲା।

 

ଗିରଫ ବିଷୟରେ ମନୀଷଙ୍କ ପତ୍ନୀଙ୍କୁ ସିବିଆଇ ଫୋନରେ ଅଧିକାରିକ ଭାବେ ସୂଚନା ଦେଇ କହିଥିଲା, ‘ଆମେ ଆପଣଙ୍କ ସ୍ବାମୀଙ୍କୁ ଗିରଫ କରୁଛୁ’। ଅନ୍ୟପକ୍ଷରେ ସିବିଆଇ ନିଟ ପେପର ଲିକର ଦୁଇ ଅଭିଯୁକ୍ତ ଚିଣ୍ଟୁ ଏବଂ ମୁକେଶଙ୍କୁ ରିମାଣ୍ଡରେ ନେଇଛି। ଉଭୟ ଅଭିଯୁକ୍ତଙ୍କୁ ବିଉର ଜେଲରୁ ବାହାର କରି ଚିକିତ୍ସା କରାଯାଇଥିଲା। ଏହାପରେ ଦୁହିଁଙ୍କୁ କାର୍ଯ୍ୟାଳୟକୁ ନିଆଯାଇଥିଲା।

ଗତ ମଙ୍ଗଳବାର ଦିନ ସିବିଆଇ ଉଭୟ ଅଭିଯୁକ୍ତଙ୍କୁ ସାତ ଦିନ ପାଇଁ ରିମାଣ୍ଡରେ ନେଇଛି। ଏହି ପୂରା ଘଟଣା ଉପରେ ସିବିଆଇର ତଦନ୍ତ ତୀବ୍ର ହୋଇଛି। ସିବିଆଇର ଦୁଇଟି ଟିମ୍ ନାଳନ୍ଦା ଏବଂ ସମସ୍ତିପୁରରେ ଥିବା ବେଳେ ଆଉ ଏକ ଦଳ ହଜାରିବାଗରେ ପହଞ୍ଚିଛି । ସିବିଆଇ ଓଏସିସ୍ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ୮ ଜଣଙ୍କୁ ପଚରାଉଚରା କରୁଛି।ଓଏସିସ୍ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ୨୪ ଘଣ୍ଟା ଧରି ପଚରାଉଚରା କରିବାପରେ ସିବିଆଇ ଟିମ୍ ପୁଣି ଥରେ ପ୍ରଧାନଶିକ୍ଷକଙ୍କ ସହ ଓଏସିସ୍ ସ୍କୁଲରେ ପହଞ୍ଚିଛି। ପ୍ରଧାନଶିକ୍ଷକଙ୍କ ଚାମ୍ବରରେ ପୁଣି ଥରେ ସିବିଆଇର ପଚରାଉଚରା ପ୍ରକ୍ରିୟା ଆରମ୍ଭ ହୋଇଛି

ସମ୍ବନ୍ଧିତ ଖବର