ଏପ୍ରିଲ ୧୮ରେ ହେବାକୁ ଥିବା ଏନଇଇଟି ପିଜି ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ : ଦେଶରେ ବଢିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଏନଇଇଟି ପରୀକ୍ଷା ( ନ୍ୟାସନାଲ ଏଲିଜିବିଲିଟି ଟେଷ୍ଟ ଫର ପୋଷ୍ଟଗ୍ରାଜୁଏଟ-୨୦୨୧କୁ ଘୁଞ୍ଚାଇ ଦେଇଛନ୍ତି । ନୂଆ ତାରିଖ ପରବର୍ତ୍ତୀକାଳରେ ଘୋଷଣା କରାଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଟ୍ବିଟ କରି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଦେଶର ଯୁବ ମେଡିକାଲ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆାଇଛି ।

ଏହି ପରୀକ୍ଷାକୁ ଘୁଞ୍ଚାଇଦେବା ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଆସୁଥିଲେ । ସେମାନେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଟ୍ବିଟ କରି ଅନୁରୋଧ କରିଥିଲେ । ଏହା ସହିତ କେତେତ ଛାତ୍ରଛାତ୍ରୀ କୋର୍ଟରେ ଜନସ୍ବାର୍ଥ ମାମଲା ରୁଜ୍ଜୁ କରିଥିଲେ । ଏହାକୁ ନେଇ ଟ୍ବିଟରରେ ଏକ ହ୍ୟାସଟ୍ୟାଗ୍ (#postponeneetpg)  ମଧ୍ୟ ଚାଲୁକରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଏହି ଦାବିକୁ କେତେକ ଶିକ୍ଷାବିତ ମଧ୍ୟ ସମର୍ଥନ କରିଥିଲେ ।

ସୂଚନାଯୋଗ୍ୟ ଯେ, ଦେଶରେ ଗତ କାଲି ପ୍ରାୟ ୨ ଲକ୍ଷ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି ।

ସମ୍ବନ୍ଧିତ ଖବର