ନୂଆଦିଲ୍ଲୀ : ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସେସ (ଏନବିଇଏମଏସ) ଆଜି ( ଅଗଷ୍ଟ ୧୯) ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ-ପୋଷ୍ଟଗ୍ରାଜୁଏଟ୍ (ନିଟ୍ ପିଜି ୨୦୨୫)ର ଫଳାଫଳ ଘୋଷଣା କରିଛି। ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ଏବେ ଏନବିଇଏମଏସର ଅଫିସିଆଲ୍ ୱେବସାଇଟ୍ natboard.edu.inକୁ ଯାଇ ସେମାନଙ୍କର ଫଳାଫଳ ଯାଞ୍ଚ ଏବଂ ଡାଉନଲୋଡ୍ କରିପାରିବେ। ପ୍ରାର୍ଥୀମାନେ ନିଜର ମାର୍କ ଦେଖିପାରିବା ସହ ରାଙ୍କ ଦେଖିପାରିବେ ।
ସୂଚନାଯୋଗ୍ୟ ଯେ ନିଟ୍ ପିଜି ୨୦୨୫ ଚଳିତ ମାସ ୩ ତାରିଖରେ ହୋଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ପରୀକ୍ଷା ଗୋଟିଏ ଥରରେ ଆୟୋଜନ ହୋଇଥିଲା । ଏହି ଜାତୀୟ ସ୍ତରୀୟ ପରୀକ୍ଷା ଡାକ୍ତରୀ ସ୍ନାତକଙ୍କ ପାଇଁ ଏମଡି, ଏମଏସ, ଡିଏନବି, ଡଏନବି (ସିଧା ୬ ବର୍ଷିଆ ପାଠ୍ୟକ୍ରମ) ଏବଂ ପିଜି ଡିପ୍ଲୋମା ଭଳି ଶ୍ରେଷ୍ଠ ସ୍ନାତକୋତ୍ତର ଡାକ୍ତରୀ କାର୍ଯ୍ୟକ୍ରମଗୁଡ଼ିକରେ ପ୍ରବେଶ ପାଇଁ ଦ୍ୱାର ଖୋଲିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/08/19/neet-pg-2025-08-19-20-38-19.jpg)