ନୂଆଦିଲ୍ଲୀ: ନିଟ୍ ପିଜି-୨୦୨୩ ପରୀକ୍ଷା ଆସନ୍ତା ମାର୍ଚ୍ଚ ୫ ତାରିଖରେ ହିଁ ହେବ। ପରୀକ୍ଷା ଘୁଞ୍ଚିବନି। ପରୀକ୍ଷା ଘୁଞ୍ଚାଇବାପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଶୁଣାଣି ପାଇଁ ଗ୍ରହଣ କରିନାହାନ୍ତି ଏବଂ ପରୀକ୍ଷା ଘୁଞ୍ଚିବନି ବୋଲି କହିଛନ୍ତି। ଏନ୍ବିଇ (ନେସନାଲ ବୋର୍ଡ ଅଫ୍ ଏକ୍ଜାମିନେସନ୍ସ) ପକ୍ଷରୁ ଆଜି ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭଟ୍ଟି କୋର୍ଟରେ ଉପସ୍ଥିତ ଥିଲେ। ପରୀକ୍ଷା ପାଇଁ ସୋମବାର ଦିନ ଆଡମିଟ୍ କାର୍ଡ ଜାରି ହୋଇଛି ଏବଂ ଜୁଲାଇ ୧୫ରୁ କାଉନସେଲିଂ ଆରମ୍ଭ ହେବ ବୋଲି ଭଟ୍ଟି ଜଷ୍ଟିସ ଏସ୍ଆର ଭଟ ଏବଂ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠଙ୍କୁ ଅବଗତ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଗତ ଫେବ୍ରୁଆରି ୨୪ ତାରିଖରେ ଏନ୍ବିଇ ସୁପ୍ରିମକୋର୍ଟଙ୍କୁ ଅବଗତ କରିଥିଲେ ଯେ ପ୍ରାୟ ୨.୦୯ ଲକ୍ଷ ପ୍ରାର୍ଥୀ ନିଟ୍-ପିଜି ପରୀକ୍ଷା ପାଇଁ ପଂଜିକୃତ ହୋଇଛନ୍ତି। ଯଦି ପରୀକ୍ଷା ଏବେ ଘୁଞ୍ଚାଯାଏ ତେବେ ନିକଟ ଭବିଷ୍ୟତରେ ପରୀକ୍ଷା ହେବା ଅସମ୍ଭବ ହୋଇପଡ଼ିବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp