ନିଟ୍‌ ପିଜି ପରୀକ୍ଷା ୬ରୁ ୮ ସପ୍ତାହ ସ୍ଥଗିତ ରଖିଲେ ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ନିଟ୍‌ ପିଜ୍‌ ପରୀକ୍ଷା ୬ରୁ ୮ ସପ୍ତାହ ପର୍ଯ୍ୟପ୍ତ ସ୍ଥଗିତ ରଖାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଜି ଏକ ନିର୍ଦ୍ଦେଶାବଳି ଜାରି କରି ନିଟ୍‌ ପିଜି ପରୀକ୍ଷାକୁ ୬ରୁ ୮ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ନିଟ୍‌ ପିଜି ପରୀକ୍ଷା ସ୍ଥଗିତ ରଖିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏନ୍‌ବିଇ (ନ୍ୟାସନାଲ୍‌ ବୋର୍ଡ ଅଫ୍‌ ଏକ୍‌ଜାମିନେସନ୍‌)କୁ କହିଛନ୍ତି। ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ନିଟ୍‌ ପିଜି ପରୀକ୍ଷା ହେବାର ଥିଲା। ତେବେ ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିଟ୍‌ ପିଜି ୨୦୨୨ ପରୀକ୍ଷାକୁ ୬ରୁ ୮ ସପ୍ତାହ ଘୁଞ୍ଚାଇ ଦେଇଛନ୍ତି। ପରୀକ୍ଷା ସ୍ଥଗିତ କରିବା ନେଇ ‌ ‌ଜାନୁଆରି ୨୫ ତାରିଖରେ ସୁପ୍ରି‌ମକୋର୍ଟରେ ଆବେଦନ ହୋଇଥିଲା।

ସମ୍ବନ୍ଧିତ ଖବର