ନୂଆଦିଲ୍ଲୀ: ଆଜି ୨୦୧୮ ବର୍ଷର ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରି ଏଡୁକେସନ୍ ନେସ୍ନାଲ୍ ଇଲିଜିବିଲିଟି କମ୍ ଏଣ୍ଟ୍ରାନସ୍ ଟେଷ୍ଟ୍ ବା ନିଟ୍-ୟୁଜିର ପରୀକ୍ଷା ଫଳ ପ୍ରକାଶ ପାଇଛି।
୯୯. ୯୯ ପର୍ସେଣ୍ଟାଇଲ୍ ରଖି କଳ୍ପନା କୁମାରୀ ନିଟ୍ ୟୁଜି ୨୦୧୮ର ସର୍ବଭାରତୀୟ ଟପ୍ଟର୍ ହୋଇଛନ୍ତି। ପଦାର୍ଥ ବିଜ୍ଞାନରେ ୧୮୦ରୁ ସେ ୧୭୧ ନମ୍ବର, ରସାୟନ ବିଜ୍ଞାନରେ ୧୮୦ରୁ ୧୬୦ ନମ୍ବର ଉଦ୍ଭିଦ ଓ ଜୀବ ବିଜ୍ଞାନରେ ୩୬୦ ରୁ ୩୬୦ ନମ୍ବର ରଖିଛନ୍ତି। ସର୍ବମୋଟ୍ ୭୨୦ରୁ ୬୯୧ ନମ୍ବର ରଖିବାରେ ସମର୍ଥା ହୋଇଛନ୍ତି।
ଏହାକୁ ସିବିଏସ୍ଇ http://cbseresults.nic.in/neet18qry/neetJ18.htmରେ ଲାଇଭ୍ କରିଛି।
ନିଟ୍ ୨୦୧୮ ପରୀକ୍ଷା ଫଳ ଜୁନ୍ ୪ ତାରିଖରେ ପ୍ରକାଶ ପାଇବ ବୋଲି ପୂର୍ବରୁ ସ୍କୁଲ୍ ଶିକ୍ଷା ସଚିବ ଅନୀଲ ସ୍ୱରୂପ ଟୁଇଟ୍ କରି ନିଶ୍ଚିତ କରିଥିଲେ।
ପୁନଶ୍ଚ ଅନ୍ୟ ଏକ ଟୁଇଟ୍ରେ ସେ ନିଟ୍ ଫଳାଫଳର ସମୟ ମଧ୍ୟ ଘୋଷଣା କରିଥିଲେ। ଜୁନ୍ ୪ ତାରିଖ ପ୍ରାୟ ଦିନ ୨ଟା ବେଳେ ଫଳ ଘୋଷଣା କରାଯିବ ବୋଲି ସେ ଲେଖିଥିଲେ। କିନ୍ତୁ, ସିବିଏସ୍ଇ ଟିକେ ଆଗୁଆ ଅର୍ଥାତ୍ ଦିନ ୧୨. ୩୦ ମିନିଟ୍ରେ ନିଟ୍ ୟୁଜି ୨୦୧୮ ରେଜଲ୍ଟ୍ ଘୋଷଣା କରିଥିଲା।