ନିଟ୍‌ ଫଳ ପ୍ରକାଶ ପାଇଁ ଏନଟିଏକୁ ସୁପ୍ରିମ କୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: ୟୁଜି ମେଡିକାଲ ନାମଲେଖା ପାଇଁ ନିଟ୍ ଫଳ ପ୍ରକାଶ କରିବା ନିମନ୍ତେ ସୁପ୍ରିମ କୋର୍ଟ ଆଜି ଏନ୍‌ଟିଏକୁ ଅନୁମତି ଦେଇଛନ୍ତି। ବିଚାରପତି ଏଲ୍‌ ନାଗେଶ୍ବର ରାଓ, ବିଚାରପତି ସଂଜୀବ ଖାନ୍ନା ଓ ବିଚାରପତି ବି ଆର ଗଭାଇଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେବା ସହିତ ବମ୍ବେ ହାଇକୋର୍ଟ ନିକଟରେ ଏ ନେଇ ଦେଇଥିବା ରାୟ ଉପରେ ସ୍ଥଗିତାଦେଶ ଲଗାଇ ଦେଇଛନ୍ତି। ମହାରାଷ୍ଟ୍ରର ଗୋଟିଏ କେନ୍ଦ୍ରରେ ଦୁଇଜଣ ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ଏବଂ ଓଏମଆର ସିଟ୍ ମିଶି ଯାଇଥିଲା। ସେମାନେ ଏହା ବିରୋଧରେ କୋର୍ଟ ଯାଇଥିଲେ। ଏହା ଉପରେ ‌‌ବମ୍ବେ ହାଇକୋର୍ଟ ଉକ୍ତ ଦୁଇ ଆବେଦନକାରୀଙ୍କ ପାଇଁ ଅକ୍ଟୋବର ୨୦ ତାରିଖରେ ଏକ ଆଦେଶ ଦେଇଥିଲେ। ସେଥିରେ କହିଥିଲେ, ଏହି ଦୁଇ ଆବେଦନକାରୀଙ୍କ ପାଇଁ ଆଉଥରେ ପରୀକ୍ଷା କର। ସେମାନଙ୍କ ପରୀକ୍ଷା ଫଳ ଅନ୍ୟମାନଙ୍କ ସହିତ ପ୍ରକାଶ କର। ତେବେ ସୁପ୍ରିମ କୋର୍ଟ କହିଛନ୍ତି ଦୁଇଜଣଙ୍କ ପାଇଁ ୧୬ ଲକ୍ଷ ପିଲାଙ୍କ ପରୀକ୍ଷା ଫଳକୁ ଅଟକା ଯାଇ ପାରିବ ନାହିଁ। ଦୀପାବଳି ଛୁଟି ପରେ ଅଦାଲତ ଖୋଲିଲେ ସେ ଦୁଇ ଆବେଦନକାରୀଙ୍କ ବିଷୟରେ ଆମେ ନିଷ୍ପତ୍ତି ନେବୁ। ନିଟ୍ ପରୀକ୍ଷା ଗତମାସ ୧୨ ତାରିଖରେ ହୋଇଥିଲା।

ସମ୍ବନ୍ଧିତ ଖବର