ବର୍ଷକୁ ଦୁଇଥର ନୁହେଁ ଥରେ ହେବ ଏନଇଇଟି, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନିଷ୍ପତ୍ତି

ନୂଆଦିଲ୍ଲୀ : ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ (ଏନଇଇଟି) ବର୍ଷକୁ ଦୁଇ ଥର ହେବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ଏହି ପରୀକ୍ଷା ଏବେ ବର୍ଷକୁ ଥରେ ଅନଲାଇନରେ ନ ହୋଇ ଅଫଲାଇନ( କାଗଜ ଓ କଲମ) ରେ ହେବ । ଗତ ମାସରେ ମନ୍ତ୍ରାଳୟ ଘୋଷଣା କରିଥିଲା ଯେ ଆସନ୍ତା ବର୍ଷଠାରୁ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ (ଏନଇଇଟି) ବର୍ଷକୁ ଦୁଇ ଥର ହେବ । ଏହା ଫଳରେ ଯେଉଁ ପ୍ରାର୍ଥୀମାନେ ପ୍ରଥମ ଥରରେ ପରୀକ୍ଷା ଦେଇପାରିନଥିବେ, ସେମାନେ ୨ୟ ଥରରେ ଦେଇପାରିବେ । ଏହାଛଡା ଯେଉଁ ପ୍ରାର୍ଥୀମାନେ ନିଜ ସ୍କୋରରେ ସନ୍ତୁଷ୍ଟ ନାହାନ୍ତି ସେମାନେ ଆଉ ଥରେ ପରୀକ୍ଷା ଦେଇ ଅଧିକ ସ୍କୋର ହାସଲ କରିପାରିବେ । ଏ ସଂପର୍କରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକର ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର