‘ନିଟ୍‌ ୟୁଜି ୨୦୨୨’ ପରୀକ୍ଷାରେ ଶ୍ରେଷ୍ଠ ୫୦ଜଣଙ୍କ ମଧ୍ୟରେ ୩୨ଜଣ ପୁଅ ଓ ୧୮ଜଣ ଝିଅ

ନୂଆଦିଲ୍ଲୀ: ବୁଧବାର ରାତିରେ ପ୍ରକାଶିତ ‘ନ୍ୟାସ୍‌ନାଲ୍‌ ଟେଷ୍ଟିଙ୍ଗ୍‌ ଏଜେନ୍‌ସି’ର ‘ନିଟ୍‌ ୟୁଜି ୨୦୨୨’ ଫଳାଫଳରେ ରାଜସ୍ଥାନର ତନିଷ୍କା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଶ୍ରେଷ୍ଠ ୫୦ ତାଲିକାରେ ୧୮ଜଣ ଝିଅ ଅଛନ୍ତି। ସମୁଦାୟ ୭୨୦ ନମ୍ବରରୁ ତନିଷ୍କା ୭୧୫ ବା ୯୯.୯୯% ରଖିଛନ୍ତି।

ସେହିପରି, ଉପରୋକ୍ତ ପ୍ରବେଶିକ ପରୀକ୍ଷାରେ ୱତ୍‌ସା ଆଶିଶ ବାତ୍ରା ଦ୍ବିତୀୟ, ହୃଷିକେଶ ନାଗଭୂଷଣ ଗାଙ୍ଗୁଲେ ତୃତୀୟ ଏବଂ ଋଚା ପାୱଶେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହି ଚାରିଜଣ ପ୍ରାର୍ଥୀ ସମାନ ନମ୍ବର (୭୧୫) ରଖିଥିଲେ ମଧ୍ୟ ‘ନିଟ୍‌ ୨୦୨୨ ଟାଇ-ବ୍ରେକିଙ୍ଗ୍‌ ରୁଲ୍‌’ ଅନୁଯାୟୀ ସେମାନଙ୍କର ରାଙ୍କ୍‌ ପୃଥକ୍‌ ହୋଇଛି।

Image Courtesy of Zee News

‘ନିଟ୍‌ ୟୁଜି ୨୦୨୨’ ପରୀକ୍ଷାରେ ଉତ୍ତର ପ୍ରଦେଶର ସର୍ବାଧିକ ସଂଖ୍ୟକ (୧.୧୭ ଲକ୍ଷ) ପ୍ରାର୍ଥୀ ଯୋଗ୍ୟତା ହାସଲ କରିଛନ୍ତି। ଏହା ପଛକୁ, ୧.୧୩ ଲକ୍ଷ ଯୋଗ୍ୟ ପ୍ରାର୍ଥୀ ଥାଇ ମହାରାଷ୍ଟ୍ର ଦ୍ବିତୀୟ ଏବଂ ୮୩,୫୪୮ ଯୋଗ୍ୟ ପ୍ରାର୍ଥୀ ଥାଇ ରାଜସ୍ଥାନ ତୃତୀୟ ସ୍ଥାନରେ ରହିଛି।

Image Courtesy of Times of India

ପରୀକ୍ଷା ଦେଇଥିବା ୧୭,୬୪,୫୭୧ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରାୟ ୯,୯୩,୦୬୯ ବା ୫୬.୩% ପ୍ରାର୍ଥୀ ଯୋଗ୍ୟତା ହାସଲ କରିଛନ୍ତି। ‘ନିଟ୍‌ ୟୁଜି ୨୦୨୨’ ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କ ସଂଖ୍ୟା ୧.୩ ଲକ୍ଷ ଅଧିକ ଥିଲା।

ସମୁଦାୟ ୭୨୦ରୁ ୭୧୦ ନମ୍ବର ରଖିଥିବା ୯ଜଣ ପ୍ରାର୍ଥୀ ସର୍ବଭାରତୀୟସ୍ତରରେ ୬ଷ୍ଠରୁ ୧୪ଶ ସ୍ଥାନରେ ସ୍ଥାନିତ ହୋଇଛନ୍ତି।

ଏହା ବ୍ୟତିରେକେ, ଏହି ପରୀକ୍ଷାରେ ଯୋଗ୍ୟତା ହାସଲ କରିଥିବା ଶ୍ରେଷ୍ଠ ୫୦ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ୩୨ଜଣ ପୁଅ ଏବଂ ୧୮ଜଣ ଝିଅ।

ସମ୍ବନ୍ଧିତ ଖବର