ବେଙ୍ଗାଲୁରୁକୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କଲେ କର୍ଣ୍ଣାଟକ ସରକାର

ବେଙ୍ଗାଲୁରୁ: କୌଣସି ରାଜ୍ୟରୁ ବେଙ୍ଗାଲୁରୁକୁ ଆସୁଥିବା ଯାତ୍ରୀମାନଙ୍କୁ ନେଗେଟିଭ ଆରଟି-ପିସିଆର ରିପୋର୍ଟ ଧରି ଆସିବାକୁ ହେବ। ରିପୋର୍ଟ ନଥିଲେ ବେଙ୍ଗାଲୁରୁକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ଗୁରୁବାର କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଡ. କେ ସୁଧାକର ଏହି ଘୋଷଣା କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ କେ ସୁଧାକର କହିଛନ୍ତି ଯେ, ଗତ ୨୪ଘଣ୍ଟା ମଧ୍ୟରେ ବେଙ୍ଗାଲୁରୁରେ ୧୪୦୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ଚାରି ମାସ ମଧ୍ୟରେ ଏହା ସହରର ସର୍ବୋଚ୍ଚ ଏକକ ଦିନିକିଆ ମାମଲା।

ଏହାପୂର୍ବରୁ କେବଳ ମହାରାଷ୍ଟ୍ର, କେରଳ, ପଞ୍ଜାବ ଏବଂ ଚଣ୍ଡିଗଡ଼ରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟି-ପିସିଆର ରିପୋର୍ଟ ବାଧ୍ୟତାମୂଳକ ଥିଲା। ଏବେ ସମସ୍ତ ରାଜ୍ୟର ଯାତ୍ରୀଙ୍କ ପାଇଁ ଏହା ଲାଗୁ ହେବ ବୋଲି ମନ୍ତ୍ରୀ କେ ସୁଧାକର କହିଛନ୍ତି। ଆଜି ଅନୁଷ୍ଠିତ ଏକ କୋଭିଡ-୧୯ ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।

COVID-19: Negative RT-PCR test report mandatory to enter Bengaluru, read  details
DNA India

ବେଙ୍ଗାଲୁରୁରେ, ଘର ଭିତରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ୨୦୦ ଲୋକଙ୍କୁ ଅନୁମତି ମିଳିଥିବା ବେଳେ ବାହାରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମ ପାଇଁ ୫୦୦ ଲୋକଙ୍କ ଉପସ୍ଥିତିକୁ ଅନୁମତି ଦିଆଯାଇଛି। ବେଙ୍ଗାଲୁରୁ ସହରର ପ୍ରତ୍ୟେକ ୱାର୍ଡକୁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ସକ୍ରିୟ ମାମଲା ସଂଖ୍ୟା ଉପରେ ନିର୍ଭର କରି ଅଧିକ ଆମ୍ବୁଲାନ୍ସ ଉପଲବ୍ଧ ହେବ ବୋଲି ଜଣାପଡ଼ିିଛି।

ସମ୍ବନ୍ଧିତ ଖବର