ନୂଆଦିଲ୍ଲୀ: ଭାରତ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ରହିଥିବା କରୋନା ସମ୍ବଳିତ ମାର୍ଗଦର୍ଶିକାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଜି ସଂଶୋଧନ କରିଛନ୍ତି। ଆସନ୍ତା ୨୫ ତାରିଖରୁ ନୂଆ ମାର୍ଗଦର୍ଶିକା କାର୍ଯ୍ୟକାରୀ ହେବ। ଅନ୍ତର୍ଜାତୀୟ ଯାତ୍ରୀମାନେ ଯଦି ପୂରା ମାତ୍ରା ଟିକା ନେଇଥାନ୍ତି ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଞ୍ଜୁରିପ୍ରାପ୍ତ ଟିକାକୁ ନେଇ ଭାରତର ଯେଉଁସବୁ ଦେଶ ସହିତ ପାରସ୍ପରିକ ଗ୍ରହଣଯୋଗ୍ୟତା ରହିଛି ସେଠାରୁ ଆସୁଥିବା ଯାତ୍ରୀମାନଙ୍କୁ ବିମାନ ବନ୍ଦରରେ ଅଟକାଯିବ ନାହିଁ। ଏଥିସହିତ ସେମାନଙ୍କୁ ହୋମ୍ କ୍ବାରାଣ୍ଟିନରେ ରହିବାକୁ ହେବନାହିଁ କିମ୍ବା ଟେଷ୍ଟିଂ କରିବାକୁ ହେବନାହିଁ। କିନ୍ତୁ ସେମାନଙ୍କୁ ନେଗେଟିଭ କୋଭିଡ-୧୯ ଆର୍ଟି-ପିସିଆର୍ ରିପୋର୍ଟ ଦେଖାଇବାକୁ ହେବ। ଯଦି ଯାତ୍ରୀମାନେ ଆଂଶିକ ଟିକା ନେଇଥାନ୍ତି ସେମାନଙ୍କୁ ପହଞ୍ଚିବା ସ୍ଥାନରେ କରୋନା ଟେଷ୍ଟ ପାଇଁ ନମୁନା ଦାଖଲ କରିବାକୁ ହେବ। ଏହାପରେ ସେମାନେ ବିମାନ ବନ୍ଦରରୁ ଯାଇ ସାତ ଦିନ ପାଇଁ ଘରେ କ୍ବାରାଣ୍ଟିନରେ ରହିବେ। ଅଷ୍ଟମ ଦିନରେ ସେମାନଙ୍କ ପୁଣି କରୋନା ପରୀକ୍ଷା ହେବ। ଯଦି ନେଗେଟିଭ ଆସେ ତାହେଲେ ସେମାନେ ନିଜର ସ୍ବାସ୍ଥ୍ୟକୁ ନିଜେ ଆଉ ସାତ ଦିନ ପାଇଁ ନିରୀକ୍ଷଣ କରିବେ।
ବିଦେଶୀ ଯାତ୍ରୀଙ୍କ ପାଇଁ ନେଗେଟିଭ ଆର୍ଟିପିସିଆର୍ ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ
/sambad/media/post_attachments/wp-content/uploads/2021/05/covid-test-report.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)