ରୋହନପ୍ରୀତଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ : ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର | ଦିଲ୍ଲୀର ଗୁରୁଦ୍ୱାରାରେ ନିଜ ପ୍ରେମିକ ରୋହନପ୍ରୀତଙ୍କୁ ବିବାହ କରିଛନ୍ତି ନେହା | କିଛି ଦିନ ହେବ ତାଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଥିଲା | ନେହା ନିଜ ଇନଷ୍ଟାରେ ନିଜ ମେହେନ୍ଦି ଏବଂ ହଲଦୀ ସହ ନିଜ ନିର୍ବନ୍ଧର ଅନେକ ଫଟୋ ସେୟାର କରିଥିଲେ | ଅକ୍ଟୋବର ୨୬ରେ ସେ ବିବାହ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ସେ ଗୁରୁଦ୍ୱାରାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି | ନେହା ଏ ପର୍ଯ୍ୟନ୍ତ ନିଜ ବିବାହର କୌଣସି ଫଟୋ ବା ଭିଡିଓ ସେୟାର କରି ନଥିବା ବେଳେ ତାଙ୍କ ପ୍ରଶଂସକମାନଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଭିଡିଓ ଏବେ ଭାଇରାଲ ହୋଇଛି, ଯେଉଁଥିରେ ଦୁହେଁ ସାତ ଫେରା ନେଉଥିବା ଦେଖାଯାଇଛି |

 

 

ତେବେ ଆଜି ଦୁହେଁ ବିବାହ କରିଥିବା ବେଳେ ଅକ୍ଟୋବର ୨୬ରେ ବିବାହ ଭୋଜି ଦେବେ ବୋଲି ଜଣାପଡ଼ିଛି | ସୂଚନା ମୁତାବକ, ଅଭିନେତା ହିମାଂଶ କୋହଲିଙ୍କଠାରୁ ଅଲଗା ହେବା ପରେ ନେହା ଖୁବ ଭାଙ୍ଗି ପଡ଼ିଥିଲେ | କିନ୍ତୁ ସମୟ ସହ ସେ ପୁଣି ଥରେ ନିଜକୁ ଦୃଢ କରି ଆଗକୁ ବଢ଼ିଥିଲେ | ଅକ୍ଟୋବର ୯ରେ ହଠାତ ସେ ରୋହନପ୍ରୀତଙ୍କ ସହ ପ୍ରେମ ସମ୍ପର୍କରେ ଥିବା କଥା ନିଜ ଇନଷ୍ଟା ପୋଷ୍ଟ ମାଧ୍ୟମରେ ଜଣାଇଥିଲେ | ଏହା ପରଠାରୁ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିଲା |

ସମ୍ବନ୍ଧିତ ଖବର