ପ୍ରୟାଗରାଜ: ଗୃହଟିକସ ବାବଦକୁ ୪. ୩୫ କୋଟି ଟଙ୍କା ଦାଖଲ କରିବାକୁ ପ୍ରୟାଗରାଜ ମୁନିସପାଲ କର୍ପୋରେସନ ଆନନ୍ଦ ଭବନ, ସ୍ୱରାଜ ଭବନ ଏବଂ ଜବାହର ପ୍ଲାନେଟେରିୟମ୍କୁ ନୋଟିସ ଦେଇଛି।
ଆନନ୍ଦ ଭବନ ଓ ସ୍ୱରାଜ ଭବନ ନେହେରୁ ପରିବାରଙ୍କର ଘର ହୋଇଥିଲା। ସମ୍ପ୍ରତି ସ୍ୱରାଜ ଭବନ ନେହେରୁ ପରିବାର ସମ୍ବନ୍ଧୀୟ ସ୍ମାରକୀଗୁଡ଼ିକର ଯାଦୁଘର ଭାବେ ବ୍ୟବହାର ହେଉଛି। ଭାରତର ସ୍ୱାଧିନତା ସଂଗ୍ରାମ ଅମଳର ବିଭିନ୍ନ ହସ୍ତଶିଳ୍ପ ଓ ଜିନିଷପତ୍ର ରଖାଯାଇ ଆନନ୍ଦ ଭବନକୁ ମଧ୍ୟ ଯାଦୁଘର କରାଯାଇଛି। ଜବାହରଲାଲ୍ ନେହେରୁ ମେମୋରିଆଲ୍ ଫଣ୍ଡ ଏହି ତିନୋଟି ଅଟ୍ଟାଳିକା ପରିଚାଳିତ ହେଉଛି। ଏବେ ଏହି ଦାତବ୍ୟ ଅନୁଷ୍ଠାନ ମୁଖ୍ୟ ଅଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ।
/sambad/media/post_attachments/wp-content/uploads/2019/11/n-300x225.jpg)
ପିଏମ୍ସି ଅଧିକାରୀଙ୍କ କହିବା ଅନୁସାରେ, ଆନନ୍ଦ ଭବନ ଏବଂ ଏହାକୁ ଲାଗି କରିଥିବା କୋଠାବାଡ଼ିଗୁଡ଼ିକୁ ବ୍ୟାବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରଯାଉଥିବାରୁ ବର୍ଦ୍ଧିତ ଗୃହ ଟିକସ ଦେବା କଥା। ଏହାକୁ ଭିତ୍ତିକରି ନୋଟିସ୍ ଦିଆଯାଇଛି।
ମେୟର୍ ଅଭିଲାଷା ଗୁପ୍ତ ‘ନନ୍ଦି’ କହିଛନ୍ତି: ନୂଆଦିଲ୍ଲୀସ୍ଥିତ ଜବାହରଲାଲ୍ ନେହେରୁ ମେମୋରିଆଲ୍ ଫଣ୍ଡ୍ରୁ ଆସିଥିବା ପତ୍ରରେ ଉଲ୍ଲେଖ କରାଯାଇଛି ଯେ ଐତିହ୍ୟ ଅଟ୍ଟାଳିକା ହୋଇଥିବାରୁ ଆନନ୍ଦ ଭବନ ଉପରେ ଲାଗୁ ହୋଇଥିବା ବାଣିଜ୍ୟିକ ଟିକସର ସମୀକ୍ଷା କରାଯାଉ।